ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର କତକୁଲା ଗ୍ରମରେ ସିଲେଇ ତାଲିମ୍ କେନ୍ଦ୍ର ଉଦ୍ଘାଟିତ l

ପାରାଦୀପ ଗଡ, 21/06/2025, ଉତ୍କଳ voice news - utkalvoicenews.com
Article Image
ଇଣ୍ଡିଆନ ଅଏଲ ଆଦାନୀ ଭେଞ୍ଚର ଲିମିଟେଡ଼ ସହାୟତାରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର କତକୁଲା ଗ୍ରାମରେ ଏକ ସିଲେଇ ଶିକ୍ଷା ତାଲିମ୍ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି l ସମ୍ପୃକ୍ତ କମ୍ପାନୀ ସିଇଓ ଏଵଂ ଡାଇରେକ୍ଟର ରେଜିଥ୍ ଭାସ୍କର, ଟର୍ମିନାଲ ମ୍ୟାନେଜର ଏନ୍. ଭି. ସୁବ୍ରମଣ୍ୟମ, ମାନବ ସମ୍ବଳ ଅଧିକାରୀ ସତ୍ୟ ରଞ୍ଜନ ଦାସ, ନିରାପତ୍ତା ମୂଖ୍ୟ ପ୍ରିତି ରଞ୍ଜନ ବେହେରା, ଅର୍ଥ ଦାୟିତ୍ୱ ଅଜିତ୍ ଦାସ ଓ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଚନ୍ଦ୍ର ଶେଖର ଚୌଧୁରୀ ପ୍ରମୁଖ ଯୋଗଦେଇ ଉକ୍ତ ସିଲେଇ ଶିକ୍ଷା ତାଲିମ୍ କେନ୍ଦ୍ର କୁ ଉଦଘାଟନ କରିଥିଲେ l ଉକ୍ତ ତାଲିମ୍ କେନ୍ଦ୍ର ରେ ପ୍ରାଥମିକ ପର୍ଯ୍ୟାୟରେ ୩୫ ଜଣ ଛାତ୍ରୀଙ୍କୁ ତାଲିମ୍ ଦିଆଯିବ ଓ ତାଲିମ୍ ସମ୍ପୂର୍ଣ ହେବା ପରେ ପ୍ରତ୍ୟେକ ଙ୍କୁ ଗୋଟିଏ ଲେଖାଏ ସିଲେଇ ମେସିନ୍ ପ୍ରଦାନ କରାଯିବ l ମହିଳା ମାନେ ଆତ୍ମନିର୍ଭରଶୀଳ ହେବାପାଇଁ ଉକ୍ତ କମ୍ପାନୀ ର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଯୋଜନା ମାଧ୍ୟମରେ ଏପରି ଜନହିତକର କାର୍ଯକ୍ରମ କୁ ସାମିଲ କରାଯାଇଛି ବୋଲି କମ୍ପାନୀ ର ସିଇଓ ରେଜିଥ ଭାସ୍କର ପ୍ରକାଶ କରିଛନ୍ତି l ୨୦୧୨ ମସିହାରେ ପାରାଦୀପ ତୈଳ ବିଶୋଧନାଗାର ସହାୟତାରେ ତତ୍କାଳୀନ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଏପରି ସିଲେଇ ଶିକ୍ଷା ତାଲିମ୍ କେନ୍ଦ୍ର ମାନ କରି ମହିଳା ମାନଙ୍କୁ ତାଲିମ୍ ଦେଇ ୨୨୦ ସିଲେଇ ମେସିନ୍ ସେମାନଙ୍କୁ ପ୍ରଦାନ କରିଥିଲେ l ଏପରି ଜନହିକର କାର୍ଯ୍ୟ ପାଇଁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଓ ସମ୍ପୃକ୍ତ କଆମ କମ୍ପାନୀ କତୃପକ୍ଷ ଙ୍କୁ ପ୍ରସଂଶା କରାଯାଇଛି l
Article Image
Article Image
Article Image
1