ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂଆଗଡ଼ ପଞ୍ଚାୟତରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

କୁଜଙ୍ଗ, 21/06/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତରେ ଆଜି ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ନୂଆଗଡ଼ ପଞ୍ଚାୟତର ସରପଞ୍ଚ ଦେବେନ୍ଦ୍ର ରାଉତଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲିଡ଼ିଆ ଯୋଗସେବା କେନ୍ଦ୍ରର ରବୀନ୍ଦ୍ର ନାଥ ରାଉତ,ଗୌରାଙ୍ଗ ଖଟୁଆ,ରମଣୀ ରଞ୍ଜନ ଦାସ,ବାବୁଲି ରାଉତ,ଟୁକୁନା ସ୍ବାଇଁ,ଲିପୁନା ପୁହାଣ,ରାକେଶ ସ୍ଵାଇଁ,ଚନ୍ଦନ ଚୌଧୁରୀ,ପ୍ରଭାକର ଚୌଧୁରୀ ପ୍ରମୂଖ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ।ସମଗ୍ର ବିଶ୍ୱକୁ ପ୍ରାଚୀନ ଭାରତୀୟ ପରମ୍ପରା ଏକ ମହାନ ଅବଦାନ ହେଉଛି ଯୋଗ।ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି କୁହାଯାଉଛି।ନିୟମିତ ଯୋଗାଭ୍ୟାସ କରିବା ଦ୍ୱାରା ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି,କାର୍ଯ୍ୟ ଦକ୍ଷତା,ଏକାଗ୍ରତା,ସହାନ ଶିଳତା ବୃଦ୍ଧି ପାଇଥାଏ ଓ ବୌଦ୍ଧିକ ବିକାଶ ମଧ୍ଯ ଘଟିଥାଏ।ଏହା ଆମର ମନ ସ୍ଥିତିକୁ ଶାନ୍ତ ରଖିବା ସହିତ ଆତ୍ମ ସଂଜମତା ରଖିବାରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଛନ୍ତି ନୂଆଗଡ଼ ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ।ଯୋଗ ସରିବା ପରେ ସରପଞ୍ଚ ଶ୍ରୀ ରାଉତ ସମସ୍ତଙ୍କୁ ବିଭିନ୍ନ ପ୍ରକାରର ଚାରାଗଛ ପ୍ରଦାନ କରିଥିଲେ।
Article Image
1