ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରେଜେଙ୍ଗଲା କଳସ ଶୋଭାଯାତ୍ରା ପାଇଁ ଏରସମା ବ୍ଲକ୍ ଯାଦବ ମହାସଭାର ପ୍ରସ୍ତୁତି ବୈଠକ

ଏରସମା, 21/06/2025, ଉତ୍କଳ voice news - utkalvoicenews.com
Article Image
ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ଓ ଉତ୍କଳ ଯାଦବ ମହାସଭା ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ବିହାର ର ଚମ୍ପାରଣ ରୁ ଆରମ୍ଭ ହୋଇ ସମଗ୍ର ଭାରତ ପରିକ୍ରମା କରୁଥିବା ପବିତ୍ର ରେଜେଙ୍ଗଲା ମାଟି କଳସ ଯାତ୍ରା ଆସନ୍ତା ଜୁନ୍ ୨୫ ତାରିଖ ବୁଧବାର ଦିନ ଜଗତସିଂହପୁର ଜିଲାରେ ପରିକ୍ରମା କରାଯିବ । ଏହି ସହିଦ ମାଟି କଳସ ଯାତ୍ରାକୁ ସ୍ବାଗତ କରିବା ପାଇଁ ଏରସମା ବ୍ଲକ୍ ଯାଦବ ମହାସଭା ଓ ଗୋଠ ପରିଚାଳନା କମିଟି, ଭୁଆଁ ସାହି, ଦେଇକା ଓ ଧୋବେଇ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭୁଆଁ ସାହି ସ୍ଥିତ ରାଧା ମାଧବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଶିକ୍ଷାବିତ୍ ଅକ୍ଷୟ କୁମାର ଖୁଣ୍ଟିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ତଥା ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତୀର୍ଥବାସୀ ବେହେରା, ପ୍ରସନ୍ନ କୁମାର ବେହେରା, ରାଜ୍ୟ ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ଜିଲ୍ଲା ସଂଗଠକ ରବିନାରାୟଣ ସେନାପତି, ଆଇନଜୀବୀ ପ୍ରଭାତ କୁମାର ବହିରା, ଅରୁଣ କୁମାର ବେହେରା, ଅନନ୍ତ ଦେବାଶିଷ ଦାସ, ଦିଲ୍ଲୀପ କୁମାର ଦାସ, ସଚିତ୍ର କୁମାର ଦାସ, ପରେଶ୍ ଦାସ, ସୂର୍ଯ୍ୟକାନ୍ତ ପରିଡ଼ା, ସୁଶୀଲ କୁମାର ଦାସ, କୈଳାସ ଚନ୍ଦ୍ର ପଲାଇ, ସୁରେନ୍ଦ୍ର ପରିଡ଼ା, ଗୋପୀନାଥ ବେହେରା, କରୁଣାକର ଦାସ ପ୍ରମୁଖ ଯୋଗଦେଇ ୧୯୬୨ ମସିହାର ଚିନ୍ ଭାରତ ଯୁଦ୍ଧରେ ସହିଦ ହୋଇଥିବା ୧୨୦ ଜଣ ଭାରତୀୟ ସୈନିକ ସମସ୍ତେ ଅହିର ଯାଦବ ୩୦୦୦ ରୁ ଅଧିକ ଚୀନ ସୈନିକ ଙ୍କ ସାମ୍ନା କରିବା ସହିତ ରାଜନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ରେଜେଙ୍ଗଲା ପର୍ବତ ପଛକୁ ସଫଳତାର ସହିତ ରକ୍ଷା କରିଥିଲେ । ଏହି ସ୍ମୃତିକୁ ଉଦ୍ଜିବିତ୍ କରିବା ପାଇଁ ସେହି ରେଜେଙ୍ଗଲା ମାଟିରୁ ସହିଦ୍ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ଜଗତସିଂହପୁର ଜିଲା ପରିପ୍ରେକ୍ଷୀରେ କୁଜଙ୍ଗ ଠାରୁ ସ୍ବାଗତ କରିବା ପରେ ଏକ ମଟରସାଇକେଲ ଶୋଭାଯାତ୍ରା ରେ ଚଟୁଆ, ପଞ୍ଜାବୀ ଛକ, ଅନ୍ଧାରୀ ଛକ, ଜପା ଛକ, ଏରସମା ବ୍ଲକ୍ ଛକ, ଇବ୍ରିସିଂ, ଚମ୍ପାହାଟ ଡିହସାହି, ସୋମପୁର ବଜାର ପରିକ୍ରମା କରାଯିବା ପରେ ବାଲିକୁଦା ଓ ଜଗତସିଂହପୁର ଜିଲ୍ଲା ଅଞ୍ଚଳକୁ ପରିକ୍ରମା କରାଯିବା । ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଅଂଶ ଗ୍ରହଣ କରିବା ପାଇଁ ଏରସମା ବ୍ଲକ୍ ଯାଦବ ମହାସଭା ତରଫରୁ ନିବେଦନ କରାଯାଇଛି ।
Article Image
Article Image
Article Image
Article Image
1