ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯାଜପୁରରେ ଦ୍ୱିତୀୟ କେଦାରନାଥ ଧାମ।

ଯାଜପୁର, 21/06/2025, ଉତ୍କଳ voice news - utkalvoicenews.com (ଏରସମା ରୁ ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣି ଖୁସୀ ହେବେ କି କେଦାରନାଥ ଭଳି ୨ୟ ମିନି କେଦାରନାଥ ମନ୍ଦିର ବା ଜଗତେଶ୍ଵର୍ ଧାମ ନିର୍ମାଣ ହୋଇଛି ଆମ ଓଡ଼ିଶାରେ ।ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଇରି ପଂଚାୟତ ର ବରଙ୍ଗା ଗ୍ରାମରେ ଏହି ମିନି କେଦାରନାଥ ମନ୍ଦିର ନିର୍ମାଣ ହୋଇଅଛି।ଏହି ମନ୍ଦିରରେ ବିଜେ ସୋୟଂ ମହାଦେବ ବିଜେ କରିଛନ୍ତି, ଯାହାଙ୍କର ନାମ ଜଗତେଶ୍ୱର୍ ମହାଦେବ। ଏହି ଜଗତେଶ୍ୱରଙ୍କ ନାମ ଅନୁସାରେ ଧାମଟିର ନାମ ଜଗତେଶ୍ୱର ଧାମ ରଖାଯାଇଛି। ମନ୍ଦିରଟି ର ନିର୍ମାଣ କେଦାରନାଥ ଙ୍କ ମନ୍ଦିର ଆକୃତୀ ପରି କାରୁକାର୍ଯ୍ୟ ହୋଇଥିବାରୁ ଲୋକମାନେ ଏହି ମନ୍ଦିରକୁ ମିନି କେଦାରନାଥ ମନ୍ଦିର ବୋଲି କହୁଛନ୍ତି ।ଏହି ମନ୍ଦିରଟି ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନ ମନ୍ଦିର ର ପ୍ରତିଷ୍ଠା କରାଯାଇଥିଲା।ପ୍ରତି ସଂକ୍ରାନ୍ତିରେ ପ୍ରଭୁଙ୍କର ଭସ୍ମ ଆରତୀ ହୁଏ । ପ୍ରଭୁଙ୍କର ପାର୍ଶ୍ଵ ଦେବତା ସଙ୍କଟ ମୋଚନ ହନୁମାନ ଓ ଶ୍ରୀ ଗଣେଶ ଙ୍କ ମନ୍ଦିର ମଧ୍ୟ ଅଛି ।କଥାରେ ଅଛି "ବାଘ ନ ଦେଖିଲେ ବିଲେଇ ଦେଖ"। ଏମିତି ଆମ ଓଡ଼ିଶାରେ ବହୁତ୍ ଭକ୍ତ ଅଛନ୍ତି ଯାହାକି କେଦାରନାଥ ଧାମ କୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସମ୍ଭବ ନୁହେଁ,କିନ୍ତୁ ଏହି ମନ୍ଦିର ସେହିପରି ହୋଇଥିବାରୁ ହଜାର ହଜାର ଭକ୍ତଙ୍କର ଭିଡ଼ ପ୍ରତିଦିନ ଲାଗୁଅଛି ।ଦୂର ଦୁରାନ୍ତରୁ ଭକ୍ତ ମାନଙ୍କ ଶୁଅ ଛୁଟୁଛି ଏହି ଜଗତେଶ୍ୱରଙ୍କ ଧାମକୁ।
Article Image
।ଦର୍ଶକ ବନ୍ଧୁ ଏହି ମନ୍ଦିର ର ଉଦ୍ୟବାନ୍ ବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲା ର ଜାରକା ଅଞ୍ଚଳର, ତାଙ୍କର ନାମ ସତ୍ୟମ୍ ଦାସ। ଅଞ୍ଚଳ ବାସି ଓ ସତ୍ୟମ୍ ବାବୁଙ୍କ ର ସହୋଯୋଗରେ ଏହି ପବିତ୍ର ଧାମ ଆଜି ଏକ ବିଶାଳ ଧାମ ରେ ପହଞ୍ଚି ପାରିଛି। ଭକ୍ତ ମାନେ ଆଜି ଆନନ୍ଦର ସହିତ ଉତ୍ତରାଖଣ୍ଡ କେଦାରନାଥ ପ୍ରଭୁଙ୍କର ଦର୍ଶନ ସ୍ବରୂପ ଉକ୍ତ ମନ୍ଦିରରେ ପ୍ରଭୁ ଜଗତେଶ୍ୱରଙ୍କୁ ଦର୍ଶନ କରି ପ୍ରଭୁଙ୍କ ର କୃପା ଲାଭ କରୁଛନ୍ତି।
Article Image
10