ଏରସମା, 22/06/2025, ଉତ୍କଳ voice news - utkalvoicenews.com
ଓଡ଼ିଆ ବାସୀଙ୍କ ଲୋକପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା ସହିତ ଦୀପଦାନ ପୂଜାର୍ଚ୍ଚନା କରାଯାଉଛି। ଆଜି ଏରସମା କାଶୀ ବିଶ୍ଵନାଥ ମନ୍ଦିରରେ ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ବରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ସମସ୍ତ ନବୀନ ପ୍ରେମୀମାନେ ଏକତ୍ରିତ ହୋଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା କରି ପ୍ରଦୀପ ପ୍ରଜ୍ୟୋଳନ କରିବା ସହିତ ପାର୍ଥନା କରିଥିଲେ।ସେ ଶୀଘ୍ର ଆରୋଗ୍ୟ ଲାଭକରି ଓଡ଼ଶା ବାସୀଙ୍କ ସେବା କରିବାକୁ ଯେଉଁ ସଂକଳ୍ପ ରଖିଛନ୍ତି ସେ ସେବା କରିବାକୁ ସକ୍ଷମ ରହନ୍ତୁ। ଶୀଘ୍ର ଓଡ଼ିଶା ଫେରିଆସି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ ବୋଲି ବିଧାୟକ ଶ୍ରୀ ଜେନା ବିଶ୍ଵନାଥଙ୍କ ପାଖରେ କାମନା କରିଥିଲେ। ସମବାୟବିତ୍ ସମୀର ରଞ୍ଜନ ସ୍ୱ।ଇଁ, ଏରସମା ବ୍ଲକ ଯୁବ ବିଜୁଜନତା ଦଳର ଉପ ସଭାପତି ଲୋକନାଥ ରାଉତ , ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ବାଲିକୁଦା ବ୍ଳକର ଯୁବ ସଭାପତି ସୁଭେନ୍ଦୁ ଦାସ, ବିଜୟ ସ୍ୱ।ଇଁ, ରଶ୍ମିରଞ୍ଜନ ଖୁଣ୍ଟିଆ,ସତ୍ୟଜିତ ପରିଡା,ରାଜେଶ୍ ମାସ୍ତାନ,ଅଭେୟ ମାଝି, ,ଧନେଞ୍ଜୟ ସାହୁ ,ସୋନକ ସାସମଲଙ୍କ ସମେତ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ସମସ୍ତ ନବୀନ ପ୍ରେମୀମାନେ ଯୋଗଦେଇ ଥିଲେ।