ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଷ୍ଟେଟବ୍ୟାଙ୍କ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ

ଏରସମା, 10/11/2024, ଉତ୍କଳ voice news - utkalvoicenews.com ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପାରାଦ୍ବୀପ ପକ୍ଷରୁ,ବ୍ୟବସାୟୀକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଗଡ଼କୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଗନ ବିହାରୀ ପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଢ଼ିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ,ବାଲିତୁଠ, ବାମଦେଇପୁର ଓ ଚଟୁଆ ପଞ୍ଚାୟତ ସମେତ ଗଡକୁଜଙ୍ଗର ଜଗନ୍ନାଥ ମନ୍ଦିରକୁ ସୋଲାର ଲାଇଟ୍ ପ୍ରଦାନ କରିବା ସହିତ ଶ୍ରୀ ଶ୍ରୀ କୁଞ୍ଜବିହାରୀ ମନ୍ଦିର ପରିସରରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ରବିବାର ଗଡକୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବାଲିତୁଠ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଡି ଜି ଏମ୍ ଶୈଳେଶ ସିହ୍ନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଆଗାମୀ ଦିନରେ ଖୁବ୍ ଶୀଘ୍ର ବାଲିତୁଠ ବଜାରରେ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ଖୋଲିବାକୁ ଯାଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରିଜିଓନାଲ ମ୍ୟାନେଜର ଦେବାଶିଷ ରଥ, ଚିଫ୍ ମ୍ୟାନେଜର ଅରବିନ୍ଦ ତ୍ରୀପାଠୀ, ପାରାଦ୍ବୀପ ବଜାର ବ୍ରାଞ୍ଚ ମ୍ୟାନେଜର ବାପିନା କୁମାର ସାହୁ, ଚଟୁଆ ସରପଞ୍ଚ ପ୍ରକାଶ ଚନ୍ଦ୍ର ସୁନ୍ଦରାୟ,ଢ଼ିଙ୍କିଆ ସରପଞ୍ଚ ପିଙ୍କି ଦାସ, ବାମଦେଇପୁର ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ, ଗଡ଼କୁଜଙ୍ଗ ପୂର୍ବତନ ସରପଞ୍ଚ ସମ୍ପଦ କୁମାର ବାରିକ, ନ୍ୟାୟ ସରପଞ୍ଚ କାଳନ୍ଦୀ ସ୍ଵାଇଁ, ଆର୍ତ୍ତତ୍ରାଣ ସଥପଥୀ, ବିମ୍ବାଧର ଦଳାଇ, ପ୍ରମୋଦ ପରିଡା, କାର୍ତ୍ତିକ ଦାସ, ବିଜୟ ଚାନ୍ଦ୍ ନାୟକ, ପ୍ରକାଶ ଦାସ, ପିତାମ୍ବର ରାଉତ, ରାଜେନ୍ଦ୍ର ବେହେରା ଓ ଗାଁ ମୂରବୀ ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।ସର୍ବଶେଷରେ ଗଡକୁଜଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଯଦୁନାଥ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
Article Image
1