ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଣ୍ଟିକରପ୍ସନ ଜାତୀୟ ସମ୍ମିଳନୀରେ ଯୋଗଦେବେ ଡ଼କ୍ଟର ସୁନାକର*

ରାହାମା, 22/06/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲାର ଜଣାଶୁଣା ସମାଜସେବୀ ଆଡ଼ଭୋକେଟ ଡ଼କ୍ଟର ସୁନାକର ବେହେରା ଆସନ୍ତା ତା 23/06/2025 ରେ ପଶ୍ଚିମ ମୁମ୍ବାଇ ବୋରିଭାଲି ଠାରେ ଆୟୋଜିତ ହେଉଥିବା ନ୍ୟାସନାଲ ଆଣ୍ଟିକରପ୍ସନ ସମ୍ମିଳନୀ ରେ ଓଡିଶାରୁ ଯୋଗଦେଉଛନ୍ତି।ଡ଼କ୍ଟର ସୁନାକର ବେହେରା ମାନନୀୟ ଜିଲ୍ଲାପାଳ ଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲା ସବଡ଼ିଭିଜନାଲ ଭିଜିଲାନ୍ସ କମିଟିର ସଦସ୍ୟ ଭାବେ ମନୋନୀତ ହୋଇ ଜିଲ୍ଲାର ସାମାଜିକ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇବା ସହିତ ଜନସାଧାରଣ ମାନଙ୍କ ବିଭିନ୍ନ ସାମାଜିକ ଓ ମୌଳିକ ଅଧିକାର ପାଇଁ ସର୍ବଦା ଚେଷ୍ଟାକରି ଆସିଛନ୍ତି।ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସରକାରୀ ଏବଂ ବେସରକାରୀ ସାମାଜିକ ଅନୁଷ୍ଠାର ସହିତ ଜଡିତ ରହି ସାମାଜିକ କଲ୍ୟାଣ ନିମନ୍ତେ ନିଜକୁ ଉତ୍ସାର୍ଗୀକୃତ କରିଥିବାରୁ ଜଣେ ସମାଜସେବୀ ଭାବେ ଜଗତସିଂହପୁର କାହିଁକି ଓଡ଼ିଶାରେ ମଧ୍ୟ ଜଣେ ବିଶିଷ୍ଟ ସମାଜସେବୀ ଭାବେ ବେସ ପରିଚିତ ହୋଇପାରିଛନ୍ତି।ସେ ନିଜ ଜୀବନଙ୍କୁ ସମାଜସେବାରେ ସମର୍ପିତ କରିବାସହ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିଜକୁ ପୂର୍ଣ୍ଣ ସମର୍ପଣ ହିଁ ତାଙ୍କୁ ସୁଖ,ଶାନ୍ତି ଓ ଦିବ୍ୟ ଆନନ୍ଦ ଆଣି ଦେଇଅଛି ବୋଲି ଅଭିବ୍ୟକ୍ତ କରିଛନ୍ତି।
Article Image
Article Image
10