ଜଗତସିଂହପୁର, 22/06/2025, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :

ଓଡିଶା ର ସ୍ୱାଧୀନତା ଆନ୍ଦୋଳନରେ ଜଗତସିଂହପୁର ଅଂଚଳର ଭୂମିକା ସବାଗ୍ରେ ଥିଲା |ସେତେବେଳେ ନିଆଳି ଅଞ୍ଚଳଟି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିଲା |
ସ୍ୱାଧୀନତା ଆନ୍ଦୋଳନ ର ଶୀର୍ଷ ନେତୃତ୍ୱ ମାନେ ଯଥା ନବାକୃଷ୍ଣ ଚୌଧୁରୀ. ମାଳତୀ ଚୌଧୁରୀ ଗୋପବନ୍ଧୁ ଚୌଧୁରୀ. ରମା ଦେବୀ. ଭାଗିରଥି ମହାପାତ୍ର. ନିତ୍ୟାନନ୍ଦ କାନୁନଗୋ. ନୀଳମଣି ପ୍ରଧାନ ଜଗତସିଂହପୁର ପୁରେ ଅଳକା ଆଶ୍ରମ ସ୍ଥାପନ କରି ସ୍ୱାଧୀନତା ଆନ୍ଦୋଳନକୁ କ୍ରିୟାଶୀଳ କରିଥିଲେ|. ସେଠାରେ ସଂଗ୍ରାମୀ ମାନଙ୍କୁ ତାଲିମ ଦିଆଯାଉଥିଲା |ସତ୍ୟବାଦୀ ର ବନବିଦ୍ୟାଳୟ ସହିତ ଅଳକା ଆଶ୍ରମର ଯୋଗସୁତ୍ର ଓ ଅଳକା ଆଶ୍ରମ ର ପରିଚାଳକ ଭାବରେ ନୀଳମଣି ପ୍ରଧାନ କାମ କରିଛନ୍ତି. ପରବର୍ତ୍ତୀ ସମୟରେ ସ୍ଵରାଜ ଆଶ୍ରମ ର ପରିଚାଳକ କାମ ମଧ୍ୟ ତୁଲାଇଥିଲେ |ସେ କଂଗ୍ରେସ କମିଟି ସମ୍ପାଦକ. ରାଜ୍ୟ ରିଲିଫ କମିଟି ସମ୍ପାଦକ. ଅବିଭକ୍ତ କଟକ ଜିଲ୍ଲା ଯୋଜନା ବୋର୍ଡ ଚେୟାରମ୍ୟାନ. ଥିଲେ |ଗାନ୍ଧୀବାଦ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରିଥିଲେ |1951ମସିହା ରେ ସେ ସ୍ୱାଧୀନ ଓଡିଶା ର ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ଅର୍ଜୁନ କରିଥିଲେ ଓ ପୁନଶ୍ଚ 1956ରେ ଦ୍ୱିତୀୟ ଥର ବିଧାୟକ ହୋଇ 1968ମସିହା ଡ଼ିସେମ୍ବର 9ତାରିଖ ରେ ବିଧାୟକ ଥିବା ସମୟରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ |
ସେ ଜୀବନ କାଳ ମଧ୍ୟରେ ଜଳ ସେଚନ. ଶିକ୍ଷା ଓ ଗମନା ଗମନର ବିକାଶ ପାଇଁ ବହୁ କାର୍ଯ୍ୟ କରିଛନ୍ତି |
ଗୋସମ୍ପଦ ର ବିକାଶ ପାଇଁ. ଜଗତସିଂହପୁର ର ନାଲିବର ଠାରେ ସେ ଏକ ଭେଟ୍ରିନାରୀ ଟେକନି ସିଆନ ତାଲିମ କେନ୍ଦ୍ର ସ୍ଥାପନ କରିଥିଲେ |ପରବର୍ତ୍ତୀ ସମୟରେ ଏହାକୁ କଟକ ଓ ପରେ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି ଓ ଓଡିଶା କୃଷି ଓ ବୈଷୟିକ ମହା ବିଦ୍ୟାଳୟ ଓ ବର୍ତ୍ତମାନ ବିଶ୍ୱ ବିଦ୍ୟାଳୟ ନାମରେ ବିଦ୍ୟମାନ |ଏହି ସଂଗ୍ରାମୀ. ନିଆଳି ନିକଟ ବାହାରଣା ଗ୍ରାମରେ ଏକ ସାଧାରଣ ଚାଷୀ ପରିବାରରେ 1899ମସିହା ନଭେମ୍ବର 21ତାରିଖରେ ଜନ୍ମ ଗ୍ରହଣ କରିଥିଲେ |ହେଲେ ଦୁଃଖର ବିଷୟ ନୀଳମଣି ପ୍ରଧାନଙ୍କ ଭଳି ପ୍ରଖ୍ୟାତ ସ୍ୱାଧୀନଟା ଙ୍କ ସ୍ମାରକୀ.. କର୍ମସ୍ଥଳି ଜଗତସିଂହପୁର କିମ୍ବା ଜନ୍ମସ୍ଥାନ ନିଆଳୀରେ ଏପର୍ଯ୍ୟନ୍ତ ନିର୍ମାଣ କରାଯାଇ ନାହିଁ |ବହୁବାର ଦାବୀ କରାଗଲେ ମଧ୍ୟ ଫଳ ଶୂନ |ନିଆଳି ସଦର ମହକୁମା ରେ ଅବସ୍ଥିତ ନୀଳମଣି ସରକାରୀ ଉଚ୍ଚବାଳିକା ବିଦ୍ୟାଳୟଟି.. ଜାଗାଦେଇ ଥିବାରୁ. ଡୋନର ହିସାବରେ ତାଂକ ନାମରେ କରାଯାଇଛି |ତାଙ୍କର ସମାଧିପୀଠ ଅବହେଳିତ ଅବସ୍ଥାରେ ପଡିଛି |
ନିଆଳି ର ପ୍ରଶାସନ ତୁରନ୍ତ ସ୍ମାରକୀ ନିର୍ମାଣ କରିବାକୁ ନିଆଳି ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ବିଦ୍ୟାଧର ରାଉତ. ବିପିନ ବାରିକ. ଯୋଗେନ୍ଦ୍ର ଦାସ. ନ୍ୟାୟବ୍ରତ ରାଉତ. ପିତାମ୍ବର ରାଉତ. ଅଶୋକ ରାୟ. ଉପକୂଳ ଓଡିଶା ବିକାଶ ପରିଷଦ ତରଫରୁ ସରୋଜ ନାୟକ. ଆର୍ତତ୍ରାଣ ପତି
ବେଣୁଧର ନାୟକ. ନୃସିଂହ ଚରଣ ବାରିକ. ରମେଶ ଚନ୍ଦ୍ର ମହାନ୍ତି. ପ୍ରମୁଖ ଦାବୀ କରିଛନ୍ତି |