ଜଗତସିଂହପୁର, 22/06/2025, ଉତ୍କଳ voice news - utkalvoicenews.comତିନୋଟି କବିତା ରୁ ପଦେ ପଦେ
"ଅନେକ ରୁପସୀ ଦେଖିଛି ଜୀବନେ
ପ୍ରିୟା ଠାରୁ କେହି ରୁପସୀ ନାହିଁ
ଅଧୁରା ସ୍ବପ୍ନର ଆହତ ମନ ମୋ
ନୀରବେ ଆଶାରେ ଯାଇଛି ଶୋଇ |"
"ସରସିରେ କଇଁ ଯାପାଇଁ ଝୁରଇ
ଅନୁରାଗେ ମିଶା ପରାଣ
ଶିଶିର ପଖଳା ଚାନ୍ଦିନୀ ରଜନୀ
ଝୁରଇ ନୀଳ ଗଗନ |"
"ଦିବସ ମୋପାଇଁ ଜୀବନ୍ତ ଯନ୍ତ୍ରଣା
ଅବସାଦ ଭରା ରାତି
ପିଆସି ମନଟା ଜହ୍ନକୁ ମାଗୁଛି
ମୁଠାଏ ଚାନ୍ଦିନୀ ରାତି |"
ଏବେ ମୂଁ ଲେଖୁଛି
~~~~~~~~
ଲେଖୁଥିଲି କବିତା ବୃଥା ଗଲା ସମୟ
ଏବେବି ବେଳେ ବେଳେ ଲେଖିବାକୁ ଅଥୟ
ବୟସଟା ଅତିକ୍ରାନ୍ତ ଭାରାକ୍ରାନ୍ତ ମନ
ଅସୁମାରୀ ଆଶା ଆଉ ହଜାରେ ସ୍ବପ୍ନ
ଚାଲିଗଲା ସମୟଟା ଆଉକି ଫେରିବ
ମରମୀ କବିତା କୁ ଆଉ କିଏ ବୁଝିବ |
ସାମ୍ବାଦିକ.. ସରୋଜ ନାୟକ
ଶାସନପଡା 9583712914