ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ୧୧ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ର ଶିଶୁ ମାନଙ୍କୁ ତୈଳ ବିଶୋଧନାଗାର ତରଫରୁ "ପୋଷଣ ଖାଦ୍ୟ ବଣ୍ଟନ" l

ପାରାଦୀପ ଗଡ , 23/06/2025, ଉତ୍କଳ voice news - utkalvoicenews.com
Article Image
ଇଣ୍ଡିଆନ ଅଏଲ, ପାରାଦୀପ ତୈଳ ବିଶୋଧନାଗାର ତରଫରୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ଥିବା ୧୧ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ରେ ପାଠ ପଢୁଥିବା ୨୫୫୬ ଜଣ ଶିଶୁ ଯେଉଁ ମାନଙ୍କର ବୟସ ୦୬ ବର୍ଷରୁ କମ୍ ସେମାନଙ୍କୁ ଅତ୍ୟନ୍ତ ପୋଷଣ ଯୁକ୍ତ ଖାଦ୍ୟ କିଟ୍ ବଣ୍ଟନ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ ପଞ୍ଚାୟତ ରେ ଥିବା ୧୧ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର କୁ ପରିଦର୍ଶନ କରି ସମସ୍ତ ଶିଶୁ ମାନଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ବଣ୍ଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ନିୟମିତ ଭାବେ ଚାଲୁ ରହିବ ବୋଲି ତୈଳ ବିଶୋଧନାଗାର ସି.ଏସ୍.ଆର୍. ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ସୁବୁଦ୍ଧି ପ୍ରକାଶ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା, ସତ୍ୟ ନାରାୟଣ ମହାପାତ୍ର, ଚନ୍ଦ୍ର ଶେଖର ଚୌଧୁରୀ, ବିଚିତ୍ର ପ୍ରଧାନ, ଅନନ୍ତ ବିଶ୍ବାଳ, ଜୟନ୍ତ ସେନାପତି, ବିଷ୍ଣୁ ମଣ୍ଡଳ, ପବିତ୍ର ବାରିକ, ପ୍ରଭାତ ସାହୁ, ଅଲେଖ ମହରଥ, କଳ୍ପନା ଦାଶ, ସଚ୍ଚିଦାନନ୍ଦ ମହାପାତ୍ର, ସଂଯୁକ୍ତା ବେହେରା, ଅରୁନ୍ଧତୀ କର, ଲିପି ବେହେରା, ତଟିନୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲ l
Article Image
Article Image
Article Image
Article Image
10