ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଠିକାଦାର ଙ୍କ ମନମାନୀ ଯୋଗୁଁ ଲୋକେ ହନ୍ତସନ୍ତ, ରାସ୍ତାରେ ଜମୁଛି ପାଣି ।

ଏରସମା, 23/06/2025, ଉତ୍କଳ voice news - utkalvoicenews.com(ଏରସମା ରୁ ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କାଣିପଦା ଓରେଇସାଳ ଗ୍ରାମର ଖେଳ ପଡିଆ ନିକଟରେ ପାଣି ପାଇପ୍ ଫାଟି ରାସ୍ତାରେ ପାଣି ଜମିବାରୁ ଲୋକମାନେ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ।ସାଧାରଣ ଲୋକେ ଯିବା ଆସିବା ସହିତ ଗାଡି ମୋଟର ମଧ୍ୟ ଯିବା ଆସିବାର ଅସୁବିଧା ହେଉଛି। ବାରମ୍ବାର ଅଭିଯୋଗ କରିଥିଲେ ସୁଧା ଏହାର ପ୍ରତିକାର କରାଯାଇ ପାରୁନାହିଁ। ଯାହାଫଳରେ କି ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।ବସୁଧା ଯୋଜନାରେ ଗତ ମାର୍ଚ୍ଚ ମାସରେ ଠିକାଦାର ରାସ୍ତା ଖୋଳି ପାଣି ପାଇପ ବିଛାଇଥିଲା।ପାଇପ୍ ପକାଇ ସାରି ରାସ୍ତା ମରାମତି ନ କରି ଠିକାଦାର ଚାଲିଯାଇଥିଲା। ଯାହାଫଳରେ କି କୌଣସି କାରଣରୁ ପାଇପ ଫାଟି ରାସ୍ତାରେ ପାଣି ହେବାରୁ ରାସ୍ତା ଖରାପ ହୋଇଯାଇଛି। ଲୋକମାନେ ଯାତାୟାତ କରିବାସହିତ ଗାଡି ମୋଟର ଯିବା ଆସିବ କରିବାରେ ନାହିଁ ନଥିବା ଅସୁବିଧା ଦେଖାଦେଇଛି।ଲୋକମାନେ ଖଣ୍ଡିଆ ଖାବରା ହୋଇ ରାସ୍ତାରେ ପଡ଼ୁଛନ୍ତି ।ରାସ୍ତା ଟି କୋଠି ଓ ସାଇଁଟୋଳ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ରାସ୍ତା। ଯାହାକି ଏହି ରାସ୍ତାରେ ହଜାର ହଜାର ଲୋକ ପ୍ରାୟ ପ୍ରତିଦିନ ଯାତାୟାତ କରିଥାନ୍ତି।ଏହି ସମସ୍ୟାର ସମାଧାନ ନ ହେଲେ ଗ୍ରାମବାସୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ।
Article Image
Article Image
Article Image
10