ଏରସମା, 25/06/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ଯାଦବ ମହାସଭା ତରଫରୁ ରେଜେଙ୍ଗଲା କଳସ ଶୋଭାଯାତ୍ରାକୁ ଏରସମା ମାଟିରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ଓ ଉତ୍କଳ ଯାଦବ ମହାସଭା ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ବିହାର ର ଚମ୍ପାରଣ ରୁ ଆରମ୍ଭ ହୋଇ ସମଗ୍ର ଭାରତ ପରିକ୍ରମା କରୁଥିବା ପବିତ୍ର ରେଜେଙ୍ଗଲା ମାଟି କଳସ ଯାତ୍ରା ଆଜି ଜଗତସିଂହପୁର ଜିଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ୧୯୬୨ ମସିହାର ଚିନ୍ ଭାରତ ଯୁଦ୍ଧ ସମୟରେ ସହିଦ ହୋଇଥିବା ୧୨୦ ଜଣ ଭାରତୀୟ ସୈନିକ ସମସ୍ତେ ଅହିର ଯାଦବ ୩୦୦୦ ରୁ ଅଧିକ ଚୀନ ସୈନିକ ଙ୍କ ସାମ୍ନା କରିବା ସହିତ ରାଜନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ରେଜେଙ୍ଗଲା ପର୍ବତ ପଛକୁ ସଫଳତାର ସହିତ ରକ୍ଷା କରିଥିଲେ । ଏହି ସ୍ମୃତିକୁ ଉଦ୍ଜିବିତ୍ କରିବା ପାଇଁ ସେହି ରେଜେଙ୍ଗଲା ମାଟିରୁ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ଆଜି ଏହି ଶୋଭାଯାତ୍ରାକୁ ପଞ୍ଜାବୀ ଛକ ଠାରୁ ଅନ୍ଧାରୀ ଛକ, ଜପା ଛକରେ ପହଞ୍ଚିବା ପରେ ମହିଳା ମାନଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଏବଂ ଜପା ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଏରସମା ବଜାର ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୋପାଳଙ୍କ କାଠି ଲଉଡ଼ି ଖେଳ ଓ ସଂକୀର୍ତ୍ତନ ମଣ୍ଡଳୀର ସଂକୀର୍ତ୍ତନ ସମସ୍ତଙ୍କୁ ମୁଗ୍ଧ କରିଥିଲା । ଏହି ଶୋଭାଯାତ୍ରା ଆରମ୍ଭ କରାଯାଇ ଏରସମା, ବାଲିକୁଦା, ଜଗତସିଂହପୁର, ବିରିଡ଼ି ଦେଇ କଟକ ଅଭିମୁଖେ ଯାତ୍ରା କରିଥିଲା । ଜଗତସିଂହପୁର ବଜାର ପରିକ୍ରମା କରି ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ଯାଦବ ସଭାପତି ଇଂ. ପ୍ରଦୀପ କୁମାର ବେହେରା, ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାଷ କୁମାର ବେହେରା, ନନ୍ଦ ଲାଲ୍ ସିଂ, ପିତାମ୍ବର ଦାସ, ତୀର୍ଥବାସୀ ବେହେରା, ଗଙ୍ଗାଧର ବେହେରା, କିରଣ କୁମାର ବେହେରା, ଆଇନଜୀବୀ ଏ ଏନ ଡ଼ି ଯାଦବ, ମନୀନ୍ଦ୍ର କୁମାର ଗୁରୁ, ଅକ୍ଷୟ କୁମାର ଖୁଣ୍ଟିଆ, ରବିନାରାୟଣ ସେନାପତି, ଆଇନଜୀବୀ ପ୍ରଭାତ କୁମାର ବହିରା, ଅନନ୍ତ ଦେବାଶିଷ ଦାସ, ଦିଲ୍ଲୀପ କୁମାର ଦାସ, ସଚିତ୍ର କୁମାର ଦାସ, ପରେଶ୍ ଦାସ, ଆଶୁତୋଷ ଦାସ, ଲକ୍ଷ୍ମିଧର ଦାସ, କେଶବ ଦାସ, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ରଶ୍ମି ରଞ୍ଜନ ଖୁଣ୍ଟିଆ, ଅରୁଣ କୁମାର ଦାସ, ମାନଗୋବିନ୍ଦ ଦାସ, ଗୌରାଙ୍ଗ ଚରଣ ଦାସ ପ୍ରମୁଖ ଯୋଗଦେଇ ରେଜେଙ୍ଗଲା ରାଜ କଳସ ଶୋଭାଯାତ୍ରାରେ ଅହିର୍ ରେଜିମେଣ୍ଟ୍ ପ୍ରତିଷ୍ଠା ପାଇଁ ଆନ୍ଦୋଳନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।
