ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉପ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା।

ଏରସମା, 25/06/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅର୍ନ୍ତଗତ ପଲ୍ଲୀକଣ୍ଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।ଏହି ଦୁଇ ମହଲା ବିଶିଷ୍ଟ ଉପ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ୩୫ଲକ୍ଷ ଟଙ୍କାର ଅର୍ଥ ରାଶୀ ବ୍ୟୟ ବରାଦ କରାଯାଇଛି।ମାତ୍ର ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକରେ ୧୦ରୁ ୧୨ଝୁଡ଼ି ବାଲିରେ ଏହି ଗୃହ ତିଆରି କରାଯାଇଥିବା ବେଳେ ନିମ୍ନ ମାନର ଛାତ ପକାଯାଇଥିବା ଅଭିଯୋଗ ହୋଇଛି।ସେହି ପରି ଗଡ଼ କୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ଯ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଯଦି ଏହି ଦୁଇଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବା ନିର୍ମାଣକୁ ଭିଜିଲାନ୍ସ ତଦନ୍ତ କରାଯିବ ତାହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଅସଲ ମୁଖା ଖୋଲିବ ବୋଲି ସାଧାରଣରେ ଜୋରଦାର ଚର୍ଚ୍ଚା ହେଉଛି।ଏହି ଦୁଇ ଗୋଟି ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଭାଗୀୟ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବା ସହିତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଜନ ସାଧାରଣଙ୍କ ପକ୍ଷରୁ ଦାବୀ କରାଯାଇଛି।
Article Image
9