କୁଜଙ୍ଗ, 26/06/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟଙ୍କୁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍।ସୂଚନା ମୁତାବକ ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ ଜଣେ ଶିକ୍ଷକଙ୍କ ଠାରୁ ଗୃହ ନିର୍ମାଣ ଅଗ୍ରୀମ ବିଲ୍ କରାଇଦେବା ପାଇଁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ଉକ୍ତ ଗୃହ ନିର୍ମାଣ ଅଗ୍ରୀମ ଟଙ୍କା ପୂର୍ବରୁ ସରକାରଙ୍କ କ୍ଷମତା ପ୍ରାପ୍ତ କର୍ତୁପକ୍ଷଙ୍କ ଦ୍ଵାରା ମଞ୍ଜୁର କରାଯାଇଥିଲା।ମାତ୍ର କୁଜଙ୍ଗ ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ କୌଣସି କାରଣ ବିନା ବିଲ୍ ପ୍ରସ୍ତୁତି କରିବାରେ ବିଳମ୍ବ କରିଥିଲେ।ବିଲ୍ ର ପ୍ରକ୍ରିୟା କରଣ ଓ ରିଲିଜ୍ ପାଇଁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ତେବେ କୌଣସି ଉପାୟ ନପାଇ ଭିଜିଲାନ୍ସ କତୃପକ୍ଷଙ୍କ ସମ୍ମୁଖରେ ଶିକ୍ଷକ ଜଣକ ଅଭିଯୋଗ କରିଥିଲେ।ଏଥିସହିତ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ଆଜ ତା ୨୬/୦୬/୨୦୨୫ରିଖରେ ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ ଅଭିଯୋଗକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।