ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନବନିର୍ମାଣ କୃଷକ ସଂଗଠନ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥାକୁ ନେଇ CDMO ଙ୍କୁ ଘେରାଉ।

ଢେଙ୍କାନାଳ, 26/06/2025, ଉତ୍କଳ voice news - utkalvoicenews.com ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ପ୍ରଭାରୀ ଅଶ୍ଵିନୀ କୁମାର ଙ୍କ ନେତୃତ୍ୱ ରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା କୁ ନେଇ ସିଡିଏମଓ ଙ୍କୁ ଘେରାଉ କରିଥିଲେ ଏବଂ ଲିଖିତ ଭାବେ ଅଭିଯୋଗ କରିଥିଲେ ଯେ ମୁଖ୍ୟ ମେଡିକାଲ ଉପରେ ପାଖା ପାଖି 5ଲକ୍ଷ ଲୋକ ନିର୍ଭର କରନ୍ତି,
Article Image
କିନ୍ତୁ ଆଜି ଯଦି ମେଡିକାଲ ର ଦୁର୍ଦ୍ଦଶା ଦେଖିବା ସମ୍ପୂର୍ଣ୍ଣ ଅବହେଳିତ ! ଏଠି ନା ଭଲ ଡକ୍ଟର ଅଛନ୍ତି ନା ଭଲ ବିଶେଷଜ୍ଞ ଅଛନ୍ତି ଯଦି ଆମେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ କଥା କହିବା ଏଠାରେ ମାତ୍ର ଜଣିଏ ଅଛନ୍ତି ସେ ପୁଣି ମନମୁଖୀ ଚିକିତ୍ସା କରୁଛନ୍ତି ଦିନ 11ର ରେ ଆସି 12ରେ ଯାଇ ନିଜ ବ୍ୟକ୍ତିଗତ କ୍ଲିନିକ୍ ରେ ବସୁଛନ୍ତି ଯେଉଁଠି ପାଉଣା ଦେବାକୁ ପଡ଼ୁଛି 300ଟଙ୍କା ଗରିବ ଲୋକ ମୁଖ୍ୟ ଚିକିତ୍ସାଳୟ କୁ ଆସିଲେ ଫେରି ଯାଉଛନ୍ତି ନହେଲେ ବାଧ୍ୟ ହେଇ ବ୍ୟକ୍ତିଗତ କ୍ଲିନିକ୍ ରେ ଚିକିତ୍ସିତ ହେଉଛନ୍ତି ଯାହାର ଭରପୁର ଫାଇଦା ଉଠାଉଛନ୍ତି ଡକ୍ଟର ବେଶ ରେ ଥିବା କିଛି ଦଲାଲ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଙ୍କ କଥା କହିଲେ ସେମାନେ ମଧ୍ୟସ୍ଥି ସାଜି ପ୍ରାଇଭେଟ୍ ରେ ଚିକିତ୍ସା କରିବାକୁ ପରାମର୍ଶ ଦେଉଛନ୍ତି ଆଉ ନିଜେ ପ୍ରାଇଭେଟ୍ ରେ ଚିକିତ୍ସା କରି ବହୁ ମୂଲ୍ୟ ଲୁଟୁଛନ୍ତି, ଯଦି ଏମିତି ଚାଲେ ତେବେ ଲୋକ ଗରିବୀ ରୁ ମୁକ୍ତି ପାଇ ପାରିବେ ନାହିଁ ବୋଲି କହିଥିଲେ ଅଶ୍ଵିନୀ କୁମାର ଆଉ କହିଥିଲେ ଯଦି ଏପରି ଅବ୍ୟବସ୍ଥା ଆଗାମୀ ଦିନରେ ଦେଖିବାକୁ ପାଇଲୁ ତେବେ ଲଢେଇ ଆର ପାର ହେବ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମନ୍ତ୍ରୀ ଙ୍କୁ ବି ଅଟକାଇବାକୁ ପଛେଇବୁ ନାହିଁ ଅନ୍ୟ ମାନଙ୍କ ଭିତରେ ଜିଲ୍ଲା ସଂଯୋଜକ ଚନ୍ଦ୍ରଶେଖର ବରାଳ , ଜିଲ୍ଲା ସଭାପତି ପ୍ରହଲ୍ଲାଦ ସାହୁ ମହିଳା ନେତ୍ରୀ ବାସନ୍ତୀ ସ୍ୱାଇଁ, ମାମି ନାଏକ ଯ୍ୟୋଶ୍ନାମୟୀ ପଲେଇ, ଲତା ମହାରଣା, ଏମିତି ଅନେକ ମହିଳା ଯୋଗ ଦେଇଥିଲେ
1