କୁଜଙ୍ଗ, 11/01/2025, ଉତ୍କଳ voice news - utkalvoicenews.comମହିଳାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ଶଯ୍ୟାଶାୟୀ ଅବସ୍ଥାରେ ବିଛଣାରେ ପଡ଼ି ଛଟପଟ ହେଉଛନ୍ତି ୫୬ବର୍ଷୀୟ ମହିଳା।

ମାଟି କାନ୍ଥକୁ ଭଙ୍ଗା ଚାଳ ଘରେ ରହି କାଳାତିପାତ କରୁଛନ୍ତି ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିଥିବା ମହିଳା ଓ ତାଙ୍କ ପୁଅ ବୋହୂଙ୍କ ସମେତ ନାତି,ନାତୁଣୀ।ରୋଗରୁ ସୁସ୍ଥ ହେବାପାଇଁ ଆର୍ଥିକ ସହାୟତା ରାଶି ଯୋଗାଇଦେବାକୁ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ସରକାରଙ୍କୁ ପରିବାର ଲୋକଙ୍କ ଆକୁଳ ନିବେଦନ।ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଫତେପୁର ପଞ୍ଚାୟତ ଫତେପୁର ଗ୍ରାମର ୨ନଂ ୱାର୍ଡ଼ରେ।ତେବେ ଗତ ବିଧାନ ସଭା ନିର୍ବାଚନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସଭାକୁ ଗ୍ରାମର ମହିଳା ମାନଙ୍କ ସହ ରାହାମା ଯାଇଥିବା ବେଳେ ହଟାତ୍ ନିମାଇଁ ବେହେରାଙ୍କ ପତ୍ନୀ ରତୀ ବେହେରାଙ୍କର ପାରାଲିଶିଶ୍ ଓ ବ୍ରେନ୍ ଷ୍ଟ୍ରୋକ ହୋଇଥିଲା।ମାତ୍ର ଗ୍ରାମର ମହିଳା ଗୋଷ୍ଠି ମାନେ ରତୀଙ୍କୁ ଘରେ ଛାଡ଼ିବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ତାଙ୍କ ବଡ଼ ପୁଅ ପ୍ରଶାନ୍ତ ବେହେରା ପ୍ରଥମେ କୁଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ସେଠାର ରତୀଙ୍କ ସ୍ୱାସ୍ଥ୍ୟବସ୍ତା ସଙ୍କଟା ପୂର୍ଣ୍ଣ ହେବାରୁ ତାଙ୍କୁ ଡ଼ାକ୍ତର କଟକ ସ୍ଥାନାନ୍ତର କରିଥଲେ।ଅର୍ଥ ଅଭାବରୁ ମାଆ ରତୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି ବୋଲି ରତୀଙ୍କ ପୁଅ ପ୍ରଶାନ୍ତ ଗଣ ମାଧ୍ୟମ ଜରୀଆରେ ସହାୟତା ରାଶି ଯୋଗାଇ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ରତୀ ବେହେରା,ପୁଅ ପ୍ରଶାନ୍ତ ବେହେରା ଓ ଯୁବ ସମାଜସେବୀ ପତିତ ପାବନ ବରାଳ।
