ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢ଼ିଙ୍କିଆ ଚାରି ଦେଶରେ କଂଗ୍ରେସ ପ୍ରତିନିଧି ଦଳ

ଏରସମା, 26/06/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଢ଼ିଙ୍କିଆ ଚାରିଦେଶ କୁ ପରିବେଶ ପ୍ରଦୂଷଣ, ବିସ୍ଥାପନ ଓ ଜୀବିକା ଅନୁଧ୍ୟାନ କମିଟିର ଏକ ଆଠ ଜଣିଆ ପ୍ରତିନିଧି ଦଳ ଗ୍ରସ୍ତ କରିଛି ।ଏହି ଗ୍ରସ୍ତ କାଳ ରେ ପ୍ରଥମେ ଢ଼ିଙ୍କିଆ ପଞ୍ଚାୟତ ର ଢ଼ିଙ୍କିଆ ଗ୍ରାମ ଫୁଲଖାଇ ମନ୍ଦିର ନିକଟରେ ଏକ ସଭା ସଂଗ୍ରାମୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା । ଚାରି ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସଙ୍କ ନେତୃତ୍ୱରେ ବାସୁଦେବପୁର ବିଧାୟକ ଅଶୋକ ଦାସ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଆଃ ନଳୀନ ସ୍ୱlଇଁ,ଲାଗୁରି,ଅନୁସଚିତ ଜାତି ଅଧକ୍ଷ ମାନସ ମଲ୍ଲିକ,ଜିଲ୍ଲା ପରିଷଦ ମାଗୁଣି ଜେନା,ନଟବର ବାରିକ,ବିପ୍ଳବ ଚୌଧୁରୀ,ଏରସମା ବ୍ଲକ କଂଗ୍ରେସ ସଭାପତି ବଲ୍ଲଭାନନ୍ଦ ସ୍ୱାଇଁ ଗ୍ରସ୍ତ କରିଥିଲେ । ଜୀବନ,ଜୀବିକା ଓ ମାଟିର ସୁରକ୍ଷା ପାଇଁ ଦୀର୍ଘ କୋଡିଏ ବର୍ଷ ଧରି କିପରି ସଂଗ୍ରାମ କରି ଆସିଛନ୍ତି ସେ ସଂଘର୍ଷମୟ କାହାଣୀ କୋହଭରା କଣ୍ଠ ରେ ବଖାଣି ଥିଲେ ଗ୍ରାମବାସୀ ।ମାଟି ର ସୁରକ୍ଷା କରିବାକୁ ଯାଇ ଆଜି ଶହ ଶହ ମିଥ୍ୟା ମାମଲାରେ ଦିନ କାଟୁଥିବା କହିଥିଲେ ।ପୋଲିସ ଦ୍ଵାରା ନିର୍ମମ ଅତ୍ୟାଚାର କରି ଜିନ୍ଦଲ କମ୍ପାନୀ ଜୋର ଜବରଦସ୍ତ ଜୀବିକା ଉଜାଡି ଦେଇଛି ବୋଲି ଲୋକ ମାନେ ଅଭିଯୋଗ କରିଥିଲେ। ବିନା ଗ୍ରାମସଭାରେ ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରି କମ୍ପାନୀ ବେଆଇନି ଭାବେ ଶହ ଶହ ଟ୍ୟୁବଲ ବସାଇ ଭୂତଳ ଜଳ କୁ ବେବହାର କରୁଥିବା ବେଳେ ଗୋଟିଏ ହେଲେ ଗଛ ନ ଲଗାଇ ଲକ୍ଷାଧିକ ଗଛ କାଟି ଦେଇଥିବା ଅଭିଯୋଗ କରିଥିଲେ । ସରକାରୀ ବିଧି ବେବସ୍ତାରେ ଗ୍ରାମସଭା କରିବାକୁ କମିଟି ନିକଟରେ ଗ୍ରାମବାସୀ ଦାବି କରିଥିଲେ।ଢ଼ିଙ୍କିଆର ସରପଞ୍ଚ ପିଙ୍କି ଦାସ,ନୟାବ ସରପଞ୍ଚ ତୀର୍ଥଙ୍କର ଦାସ,ଭମରବର ଦାସ,ତୁଷାର ଗୋଛାୟତ,ମନୋଜ ପ୍ରଧାନ,ଶାନ୍ତି ଦାସ, ଗୋଲୀ ଦାସ ,ଗୌତମ ଦାସ,ଧୁର୍ବ ଚରଣ ସ୍ୱାଇଁ ଙ୍କ ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।ପରେ ନୂଆଗାଁ ପଞ୍ଚାୟତ ର ଭାସ୍କର ସ୍ୱାଇଁ,ରଞ୍ଜନ ବାରିକ,ରଶ୍ମିରଞ୍ଜନ ସ୍ୱାଇଁ, ବାଇନ ଡାଳୁଆ ,ସର୍ବେଶ୍ୱର ମଲ୍ଲିକ ଙ୍କ ସମେତ ଗ୍ରାମବାସୀ ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ।ସେହିପରି ଗଡକୁଜଙ୍ଗ ପଞ୍ଚାୟତ ର ଅମୂଲ୍ୟ ନାୟକ, ସତ୍ୟ ପ୍ରକାଶ ମହାପାତ୍ର,ସୁବାସ ମହାନ୍ତି,ନରେଶ ଦାସ,କେଳୁ କୁଅଁର,ନୁରସିଂହ ବେହେରା,ବିଜୟ ବେହେରା,ଫଗୁ ବେହେରା,ଉତ୍ତମ ବେହେରା ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି କମ୍ପାନୀ ଦ୍ଵାରା ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ । ତିନି ପଞ୍ଚାୟତ ଗ୍ରସ୍ତପରେ ବିଧାୟକ ଅଶୋକ ଦାସ କହିଛନ୍ତି ଯେ ଯାହା ଆମେ ପ୍ରଭାବିତ ତିନି ପଞ୍ଚାୟତ ର ଅଧିବାସୀ ଙ୍କ ଠାରୁ ତଥ୍ୟ ନେଲୁ ,ଅଞ୍ଚଳ ବାସୀ ଙ୍କ ମୁଖ୍ୟ ଅଭିଯୋଗ ସରକାରୀ ଗ୍ରାମସଭା କରିବାକୁ ।ଏ ଅଞ୍ଚଳ ବାସୀ ଙ୍କ ଉପରେ ଅନ୍ୟାୟ,ଅତ୍ୟାଚାର ହୋଇଛି ।ଏ ତଥ୍ୟ ପ୍ରଦେଶ କଂଗ୍ରେସ କମିଟି କୁ ଜଣାଇବା ସହିତ ଅଞ୍ଚଳ ବାସୀ ଙ୍କୁ ନ୍ୟାୟ ଦେବା ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ବିଧାନସଭା ରେ ଏ ପ୍ରସଙ୍ଗ ରଖିବୁ ।ଏହି କମିଟି ର ଗ୍ରସ୍ତ ଉପରେ ଅଭୟ ଚାନ୍ଦ ପୁର ପୋଲିସ ତୀକ୍ଷ୍ଣ ନଜର ରଖିଥିବା ଦେଖିବାକୁ ମିଳିଛି ।
1