ଏରସମା, 26/06/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୁଭଦ୍ରାଙ୍କ କ୍ଷେତ୍ରରେ ବାସୀ ରଥଯାତ୍ରା ଆଉ ଗୋଟିଏ ଦିନପରେ ଅନୁଷ୍ଠିତ ହେବ ।ଦୀର୍ଘ ପନ୍ଦର ଦିନ ଅଣସର ଘରେ ଗୋପନ ନୀତି ପରେ ଭକ୍ତ ମାନଙ୍କୁ ନବ ଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ କୁଞ୍ଜବିହାରୀ ।ମହାପ୍ରଭୁ ସୁସ୍ଥ ହେବା ପରେ ନବ ଯୌବନ ଦୁଲ୍ଲଭ ଦର୍ଶନ ଦେଖିବାକୁ ଶହଶହ ଭକ୍ତ ଙ୍କ ଭିଡ଼ ଜମିଛି ।ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ନେତ୍ର ଉତ୍ସବ ମଧ୍ୟ ପାଳନ କରାଯାଇଛି । ସତେ ଯେପରି ସୁଭଦ୍ରା କ୍ଷେତ୍ର ଗଡକୁଜଙ୍ଗ ଭକ୍ତ ଙ୍କ ଆଗମନ କୁ ଅପେକ୍ଷା କରିଛି।ସୁନ୍ଦର ଭାବରେ ସଜେଇ ହେଉଛି ରଥ।ବାସୀ ରଥଯାତ୍ରା ପାଇଁ ସେବକ ମାନେ ପ୍ରସ୍ତୁତିରେ ଲାଗିପଡିଛନ୍ତି ।ମନ୍ଦିର ବେଢା, ସ୍ନାନ ମଣ୍ଡପ ବିଭିନ୍ନ ଆଲୋକ ମାଳରେ ସଜିତ ହେଉଥିବା ବେଳେ ରଥ ଚାରି ଦ୍ଵାର କାମ ସମ୍ପୂର୍ଣ୍ଣ ହୋଇଛି । ନବଯୌବନ ବେଶ ଦେଖିବାକୁ ପାରାଦୀପ ନିର୍ବାଚନମଣ୍ଡଳୀର ବବିଜେଡି ବିଧାୟିକା ମନ୍ଦିର ଟ୍ରଷ୍ଟି ପକ୍ଷରୁ ବଡଦାଣ୍ଡ ସଫେଇ ହେଉଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ରେ ଟ୍ରାଫିକ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇଛି ।ବିଶ୍ଵକର୍ମା ମାନେ ଦିନ ରାତି ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି । ସାରା ସୁଭଦ୍ରା କ୍ଷେତ୍ର ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କୁଞ୍ଜବିହାରୀଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ବିଜେଡ଼ି ନାରିନେତ୍ରୀ ଗୀତାଞ୍ଜଳି ରାଉତରାୟ, କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ, କୁଜଙ୍ଗ ବିଡ଼ିଓ ଦୀପକ ସ୍ୱାଇଁ।ଚଳିତ ବର୍ଷ ଏହି ବାସୀ ରଥଯାତ୍ରା ରେ ଏକ ଲକ୍ଷ ଭକ୍ତ ଆସିବାର ସମ୍ଭାବନା କରାଯାଉଥିବା ଟ୍ରଷ୍ଟି ରାଜେନ୍ଦ୍ର ବେହେରା ପ୍ରକାଶ କରିଛନ୍ତି ।