ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତାଳଦଣ୍ଡା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ତାଳଦଣ୍ଡା, 26/06/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ବ୍ଲକ ମଲ୍ଲାସାହି ପଞ୍ଚାୟତ ଅନ୍ତର୍ଗତ ତାଳଦଣ୍ଡା ଗ୍ରାମ ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି।ଆଜି ସକାଳେ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ,ରଥ ପ୍ରତିଷ୍ଠା ଓ ପହଣ୍ଡି ବିଜେ କରାଯାଇଥିଲା। ରାଜା ଗୋପାଳ ମହାପ୍ରଭୁ ରଥରେ ଛେରା ପହଁରା କରିଥିଲେ।ଏହା ପରେ ରଥଟଣା ପର୍ବ ଆରମ୍ଭ ହୋଇଥିଲା। ତିନୋଟି ରଥ ସହିତ ଆଉ ଏକ ବଳିଆ ରଥ ଟଣାଯାଇ ଥିଲା।ସନ୍ଧ୍ୟାରେ ତାଳଦଣ୍ଡା ବଜାର ସ୍ଥିତ ମାଉସୀ ମା'ଙ୍କ ମନ୍ଦିରରେ ରଥ ପହଞ୍ଚିଛି ଥିଲା। ବ୍ରହ୍ମ ଜଗନ୍ନାଥ ମିଶନ ଟ୍ରଷ୍ଟ ମୁଖ୍ୟ କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲିଙ୍କ ସହିତ ସମସ୍ତ ସଭ୍ୟ ଓ ତାଳଦଣ୍ଡା ଗ୍ରାମବାସୀମାନେ ଉତ୍ସବ ପରିଚାଳନା କରିଥିଲେ।ପରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ସମସ୍ତ ଗ୍ରାମବାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
1