ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭଜନ କୁନି ଠାକୁର ଉନ୍ମୋଚିତ

ଗଡ଼କୁଜଙ୍ଗ, 27/06/2025, ଉତ୍କଳ voice news - utkalvoicenews.com ଆଜି ଶ୍ରୀଗୁଣ୍ଡିଚା ଉପଲକ୍ଷେ ଗଡ଼କୁଜଙ୍ଗ ପ୍ରସିଦ୍ଧ ସୁଭଦ୍ରାକ୍ଷେତ୍ର ପ୍ରାଙ୍ଗଣରେ କୁନି ଠାକୁର ଭଜନ ଉନ୍ମୋଚିତ ହୋଇଯାଇଛି। ସନ୍ଧ୍ୟାରାଣୀ ରାଉତ ଓ ସମୀର ରାଉତଙ୍କ ପୁତ୍ର ସ୍ଵସ୍ଥିକ୍ ସ୍ବରାଜ ଏହି ସଂଗୀତରେ କଣ୍ଠ ଦାନ କରିଛନ୍ତି।ଏହି ଭଜନର ଲେଖକ ଏନ୍ ଗୁରୁଦତ୍ତ ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି କୁମାର ପ୍ରଦୀପ ଓ ପ୍ରଯୋଜକ ଜନ୍ମଜୟ ରାଉତଙ୍କ ଏହି ସୁନ୍ଦର ଭଜନ ଟିକୁ କୁନି କଳାକାର ସ୍ୱସ୍ଥିକ୍ ସ୍ୱରାଜ ସୁନ୍ଦର ଭାବେ କଣ୍ଠଦାନ କରିଛନ୍ତି। ସ୍ୱସ୍ଥିକ୍ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାଙ୍କର ଜଗନ୍ନାଥଙ୍କ ଭଜନ ପ୍ରତି ଭଲପାଇବା ଓ ସଂଗୀତ ଗାନ ପ୍ରତି ଆଗ୍ରହ ଥିବାରୁ ସେ ଆଜି ଜଗନ୍ନାଥଙ୍କ ସୁନ୍ଦର ଭଜନ କଣ୍ଠଦାନ କରିବା ସହିତ ତାଙ୍କର ଏହି ଗୀତଟି ଉନ୍ମୋଚିତ ହୋଇଛି। ସେ ଏହି ସଂଗୀତର ଶ୍ରେୟ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ତାଙ୍କର ବାପା ,ମା ଓ ଗୁରୁଜନ ମାନଙ୍କୁ ଶ୍ରେୟ ଦେଇଛନ୍ତି।
Article Image
1