ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁଆମୁଣ୍ଡା ଗ୍ରାମରେ ରଥଯାତ୍ରା।

ଗୁଆମୁଣ୍ଡା, 27/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଭିତର ଅନ୍ଧାରୀ ପଞ୍ଚାୟତ ଅନ୍ତର୍ଗତ ଗୁଆ ମୁଣ୍ଡା ଗ୍ରାମ ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି।ଆଜି ସକାଳେ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ,ରଥ ପ୍ରତିଷ୍ଠା ଓ ପହଣ୍ଡି ବିଜେ କରାଯାଇଥିଲା। ରାଜା ରୁଦ୍ର ସ୍ୱ।ଇଁ,ରଥରେ ଛେରା ପହଁରା କରିଥିଲେ।ଏହା ପରେ ରଥଟଣା ପର୍ବ ଆରମ୍ଭ ହୋଇ ସନ୍ଧ୍ୟାରେ ରଥ ମାଉସୀ ମା'ଙ୍କ ମନ୍ଦିରରେ ପହଞ୍ଚିଛି ଥିଲା।ସଲିଳ ରାଉତ,ଶେଷନ ଭୋଳ, ସୈାରଭ ପ୍ରଧାନ, ଋତୁରାଜ ସ୍ୱ।ଇଁ, ପିନାକୀ ମହାନ୍ତି, ଚନ୍ଦ୍ରକାନ୍ତ ଭୋଳ, ତୋଫାନ ମହାନ୍ତି,ମଙ୍ଗୁ ବାରିକଙ୍କ ସମେତ ଗୁଆ ମୁଣ୍ଡା ଗ୍ରାମବାସୀ ମାନେ ଉତ୍ସବ ପରିଚାଳନା କରିଥିଲେ।ପରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ସମସ୍ତ ଗ୍ରାମବାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
Article Image
10