ମଙ୍ଗରାଜପୁର, 12/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତର ଶିଶିର ରାଉତ ଗୃହ କୁ ରାତିରେ ପରିବାର ସହ ଶୋଇ ଥିବା ବେଳେ କେହି ଦୃବୁତ ହଠାତ ଅଗ୍ନି ସଂଯୋଗ କରି ନିଆଁ ଲଗାଇ ଦେବା ସହ ନିତ୍ୟ ବେବହାର୍ଯ୍ୟ ଜିନିଷ, କୋଡିଏ ହଜାର ଟଙ୍କା, ୫ଗ୍ରାମ ସୁନା ଗହଣା,ଏକ ମୋଟର ସାଇକେଲ ହିରୋ ଗ୍ଲାମର ଗାଡି ନଂ OR21D1032, ସ୍କୁଲ ତରଫରୁ ଝିଅ କୁ ମିଳିଥିବା ସାଇକେଲ, କଂସା ବାସନ, ପଙ୍ଖା, ଗ୍ୟାସ, ୨ଝିଅ ଙ୍କ ପଠା ପଢା ବହି ପୋଷାକ ପତ୍ର ଜଳି ପୋଡି ପାଉଁଶ ହୋଇଛି , ଅଗ୍ନିଶମ ଗାଡି ପହଂଚି ବା ପୃବରୁ ଗ୍ରାମବାସୀ ମାନେ ପାଣି ଢାଳି ଅଗ୍ନି ନିୟନ୍ତ୍ରଣ କୁ ଆଣିଥିଲେ ଓ ପରେ ଅଗ୍ନି ଶ୍ରମ ସେବା ବିଭାଗ ରାତି ୧୨. ୩୦ ମିନିଟ ସମୟରେ ଗାଡି ଆସି ନିଆଁ କୁ ଲିଭାଇ ଥିଲେ କିନ୍ତୁ ଘରୁ କୌଣସି ଜିନିଷ ଉଦ୍ଧାର ହୋଇ ପାରି ନ ଥିଲା, ଅଗ୍ନି କିଭଳି ଲାଗିଲା ତାହା ସନ୍ଧେହ ଘେରରେ କେହି ଦୃବୁତ କି ପୂର୍ବରୁ ଥିବା ଶତ୍ରୁତା କୁ ନେଇ ଏଭଳି କାଣ୍ଡ ଘଟି ଥିବାର ସନ୍ଧେହ କରାଯାଉଛି।

କୁଜଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏହା ମନୁଷ୍ୟ କୃତ୍ୟ ନା ଅନ୍ୟ କିଛି ବୋଲି ପଶ୍ନ ସୁଷ୍ଟି କରୁଛି? ଉକ୍ତ ପରିବାର ଶୀତ ପ୍ରକୋପ ଦାଉରୁ ବର୍ତମାନ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ପ୍ରଶାସନ ତରଫରୁ ଦୋଷୀକୁ କଠୋର ଦଣ୍ଡ ଦେବା ସହ ପରିବାର କୁ ଉଚିତ ନ୍ୟାୟ ଦେବାକୁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି