ଏରସମା, 27/06/2025, ଉତ୍କଳ voice news - utkalvoicenews.com(ଏରସମା ରୁ ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :

ଜଗତସିଂହପୁର ଜିଲ୍ଲା ଏରସମା ରେ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା "ଜଗନ୍ନାଥ ସାଂସ୍କୃତିକ ମଞ୍ଚ ଏରସମା" ତରଫରୁ ମହାସମାରୋହରେ ଅନୁଷ୍ଠିତ ହୋଇଛି।ଆଜି ସକାଳେ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ, ରଥ ପ୍ରତିଷ୍ଠା ଓ ପହଣ୍ଡି ବିଜେ କରାଯାଇଥିଲା। ରାଜା ନିରଞ୍ଜନ ଦାସ ରଥରେ ଛେରା ପହଁରା କରିଥିଲେ। ଏହା ପରେ ରଥଟଣା ପର୍ବ ଆରମ୍ଭ ହୋଇଥିଲା ଭକ୍ତମାନେ ଅତି ଆନନ୍ଦର ସହିତ ମହାପ୍ରଭୁଙ୍କର ରଥକୁ ଟାଣି ଟାଣି ମାଉସୀ ମା ଘର ପର୍ଯ୍ୟନ୍ତ ନେଇଥିଲେ ।ବାଲିକୁଦା -ଏରସମା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାପାତ୍ର (ଜିତୁ ଭାଇ), ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ବିଭୁପ୍ରସାଦ ତରେଇ,ବାଲିକୁଦା ଏରସମା ର ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ପ୍ରମୁଖ ମହାପ୍ରଭୁଙ୍କ ଘୋଷ ଯାତ୍ରାରେ ଉପସ୍ଥିତି ରହି ମହାପ୍ରଭୂଙ୍କ ଦର୍ଶନ କରିବା ସହିତ ପ୍ରଭୁଙ୍କ କୃପା ଲାଭ କରିଥିଲେ ।ଦୀର୍ଘ ୮୩ ବର୍ଷ ର ଏହି ପରମ୍ପରା କୁ ଅଞ୍ଚଳ ବାସି ଧୁମ ଧାମ ରେ ଶାନ୍ତି ଶୃଙ୍ଖଳ ସହିତ ପାଳନ କରିଆସୁଛନ୍ତି।ହଜାର ହଜାର ଭକ୍ତମାନଙ୍କ ସମଗୋମ ଏରସମା ବଡ଼ ଦାଣ୍ଡରେ ଦେଖିବାକୁ ମିଳିଥିଲା ।ହରିବୋଲ ହୁଳ ହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଉଠୁଥିଲା ବଡ଼ଦାଣ୍ଡ।ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।