ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଳକାକ୍ଷେତ୍ର କେଉଟପାଳ ରେ ରଥଯାତ୍ରା ମହିଳା ମାନେ ସୁଭଦ୍ରାଙ୍କ ରଥକୁ ଟାଣି ଟାଣି ମାଉସୀ ମା' ମନ୍ଦିର କୁ ଆଣିଲେ

ଏରସମା, 27/06/2025, ଉତ୍କଳ voice news - utkalvoicenews.com
Article Image
ବାଲିକୁଦା ବ୍ଲକ ତିତିରା ପଞ୍ଚାୟତର ପ୍ରସିଦ୍ଧ ଅଳକାକ୍ଷେତ୍ର କେଉଟପାଳ ଜଗନ୍ନାଥ ମନ୍ଦିର ଶହଶହ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ମଙ୍ଗଳ ଆଳତି, ମଇଲମ୍, ତଡ଼ପ ଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ରୋଷ ହୋମ, ସକାଳ ଧୂପ, ରଥ ପ୍ରତିଷ୍ଠା ମଙ୍ଗଳାର୍ପଣ, ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ମଦନମୋହନ ବିଜେ, ଚିତାଲାଗି, ରଥରେ ବେଦମନ୍ତ୍ର ପାଠ ଆଦି କରାଯିବା ପରେ ପ୍ରଥମେ ଶ୍ରୀ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା । ଓଡିଶା ହାଇକୋର୍ଟର ବରିଷ୍ଟ ଆଇନଜୀବୀ ଉଲ୍ଲାସ ଚନ୍ଦ୍ର ମହାନ୍ତି ରଥ ଚାରି ପାଖେ ଛେରା ପହଁରା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବୀର ନାରାୟଣ ପାତ୍ରଙ୍କ ସହ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହିଥିଲେ । ଶତାଧିକ ଭକ୍ତ ମାନଙ୍କ ଉପସ୍ଥିତିରେ ମହିଳା ମାନେ ମା' ସୁଭଦ୍ରାଙ୍କ ରଥକୁ ଟାଣି ଟାଣି ମାଉସୀ ମନ୍ଦିର କୁ ଆଣିଥିଲେ ।
1