ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାମାୟଣ ଗୀତିନାଟ୍ୟ କଳାକାରଙ୍କ ବିୟୋଗରେ ଶୋକ

କୁଜଙ୍ଗ, 12/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତର ସୁନାଡିଆ ଗ୍ରାମର ମା, ସୁନାଦେଇ ରାମାୟଣ ଗୀତିନାଟ୍ୟ ବରିଷ୍ଠ କଳାକାର ଧୀରେନ୍ଦ୍ର ଦଳାଇ ୫୩ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି। କିଛି ଦିନି ହେବ ଶ୍ରୀ ଦଳାଇ ଅସୁସ୍ଥ କାରଣରୁ ଚିକିତ୍ସିତ ହେଉଥିଲେ।
Article Image
ଶ୍ରୀ ଦଳାଇ ଦୀର୍ଘ ଦିନ ଧରି ରାମାୟଣ ଗୀତିନାଟ୍ୟରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ କଳାକାର ଟିଏ ହେଇପାରିଥିଲେ। ସେ ମଧ୍ୟ ନିଜର ଅଭିନୟ ମାଧ୍ୟମରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ କଳାକାର ଭାବରେ ସମ୍ମାନିତ ହୋଇଛନ୍ତି। ସେ ଜଣେ ସରଳ, ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟ ବ୍ୟକ୍ତି ହିସାବରେ ସ୍ଥାନୀୟ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ। ଶ୍ରୀ ଦଳାଇଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଜିଲ୍ଲାର ବହୁ ରାମାୟଣ ଗୀତିନାଟ୍ୟ ପକ୍ଷରୁ ମଧ୍ୟ ଗଭୀର ଶୋକର ଛାୟା ଖୋଳିଯାଇଛି। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଥିଲା ପୁତ୍ର ଦେବାଶିଷ ଦଳାଇ ମୁଖାଗ୍ନି ଦେଇଥିବା ବେଳେ,ଝିଅ ଲକ୍ଷ୍ମୀ, ସରସ୍ୱତୀ, ଝିଆରି ରଶ୍ମି, ସ୍ମୃତି, ପୁତୁରା ରାକେଶ, ରାଜେଶ୍,ରମେଶ, ସୁକାନ୍ତ, ସୂର୍ଯ୍ୟକାନ୍ତ,ସୁବାଷ, ଓ ଜ୍ଞାତି, କୁଟୁମ୍ବ ମାନେ ଉପସ୍ଥିତ ଥିଲେ। ଶ୍ରୀ ଦଳାଇଙ୍କ ବିୟୋଗରେ ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ବାମଦେଇପୁର ସରପଞ୍ଚ ବୈଜନ୍ତି ମହାନ୍ତି, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ସମିତି ସଭ୍ୟ ବିକ୍ରମ ମହାପାତ୍ର, ପୂର୍ବତନ ସରପଞ୍ଚ ବିଭୁ ରଞ୍ଜନ ସାମନ୍ତରାୟ, ଗୋପିନାଥ ସାମନ୍ତରାୟ, ପ୍ରଦାୟନି ମହାନ୍ତି, ବାଲିତୁଠ ସମିତିର ସଭାପତି ହରିହର ଲିଙ୍ଗରାଜ ମହାନ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
1