ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିପଦ ସଙ୍କୁଳ ସୁମଡା ପୋଲ।

ଏରସମା, 28/06/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ପଲ୍ଲୀକଣ୍ଟା ପଞ୍ଚାୟତ ଅନ୍ତର୍ଗତ ସୁମଡା ପୋଲ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବୁଦ୍ଧନଦୀ ଉପରେ ଅବସ୍ଥିତ ଏହି ପୋଲଟି ଦୀର୍ଘ ଦିନଧରି ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ତାହାର ମରାମତି ପାଇଁ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।ତିର୍ତ୍ତୋଲ କଣ୍ଟାପଡ଼ା ଠାରୁ ବାହାରିଥିବା ବୁଦ୍ଧ ନଦୀ ଉପରେ ସୁମଡା ଠାରେ,ଏହି ପୋଲଟି ୨୩ ବର୍ଷ ତଳେ ନିର୍ମାଣ କରାଯାଇଥିଲା।ରକ୍ଷଣାବେକ୍ଷଣ ଅଭାବରୁ ଇତିମଧ୍ୟରେ ପୋଲର ଉଭୟ ପାର୍ଶ୍ଵ ବାଡା ସମ୍ପୁର୍ଣ୍ଣ ଭାଙ୍ଗିଗଲାଣି।ଏହାର ଖୁମ୍ବ ଗୁଡିକରୁ କଂକ୍ରିଟ ଛାଡି ତାହା କ୍ରମଶଃ ଦୁର୍ବଳ ହୋଇପଡିଲାଣି।ଦୀର୍ଘ ବର୍ଷ ପରେ ମଧ୍ୟ ପୋଲଟିର ମରାମତି କରାଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ରାହାମା ପଣ୍ଡୁଆ ଠାରୁ ଏରସମା ଅଞ୍ଚଳର ନିମୋଳ ପର୍ଯ୍ୟନ୍ତ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ଉପରେ ଅବସ୍ଥିତ ଏହି ପୋଲଟିର ଏପରି ଅବସ୍ଥା,ପଥଚାରୀ ମାନଙ୍କ ପାଇଁ ବିପଦ ସ୍ତୃଷ୍ଟି କରୁଥିବାର କୁହାଯାଉଛି। ବିଭାଗୀୟ କତ୍ତୃପକ୍ଷ ଏହି ପୋଲଟିକୁ ତୁରନ୍ତ ମରାମତି କରିବାପାଇଁ ପାଇଁ ପଲ୍ଲୀକଣ୍ଟା ପଞ୍ଚାୟତ ଅଞ୍ଚଳର ରମେଶ ଦାଶ,ସଂସୟ ସ୍ଵାଇଁ, ଭାସ୍କର ସ୍ଵାଇଁ,ନରେନ୍ଦ୍ର ମହାନ୍ତି ଓ ଭଗବାନ ସ୍ଵାଇଁ ପ୍ରମୁଖ ଦାବି କରିଛନ୍ତି। ...
1