ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ତରଫରୁ ଏରସମା ରଥଯାତ୍ରା ରେ ଖେଚୁଡ଼ି ପ୍ରସାଦ ବଣ୍ଟନ

ଏରସମା, 28/06/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
ଜଗତସିଂହପୁର ଜିଲ୍ଲା ଏରସମା ସ୍ଥିତ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ତରଫରୁ ଏରସମା ଜଗନ୍ନାଥ ମନ୍ଦିର ରଥଯାତ୍ରା ସମ୍ମୁଖରେ ଭକ୍ତମାନଙ୍କ ପାଇଁ ଖେଚୁଡ଼ି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଅଛି ।ସଭାପତି ଅମୁଲ୍ୟ ବିଶ୍ୱାଳ ଓ କାର୍ଯ୍ୟକାରୀ ସଭାପତି ଜ୍ୟୋତି ରଞ୍ଜନ କୁଅଁର ଙ୍କ ତତ୍ତ୍ଵାବଧାନରେ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ତରଫରୁ ପ୍ରଥମ ଥର ପାଇଁ ଦୂର ଦୁରାନ୍ତରୁ ମହାପ୍ରଭୁଙ୍କ ଘୋଷ ଯାତ୍ରା ଦର୍ଶନ ନିମନ୍ତେ ଛୁଟି ଆସିଥିବା ଭକ୍ତ ମାନଙ୍କ ପାଇଁ ଖେଚୁଡ଼ି ପ୍ରସାଦ ର ବ୍ୟବସ୍ଥା ହୋଇଥିବାରୁ ଭକ୍ତ ମାନେ ଅତି ଆନନ୍ଦରେ ବଡ଼ଦାଣ୍ଡରେ ପ୍ରସାଦ ସେବନ କରିଥିଲେ । ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆଗାମୀ ବର୍ଷ ମାନଙ୍କରେ କିପରି ଉନ୍ନତତର ହୋଇପାରିବ ସେଥିପାଇଁ ସଭାପତି ଅମୁଲ୍ୟ ବିଶ୍ୱାଳ ଓ କାର୍ଯ୍ୟକାରୀ ସଭାପତି ଜ୍ୟୋତି ରଞ୍ଜନ କୁଅଁର ପ୍ରକାଶ କରିଛନ୍ତି । ଜଗନ୍ନାଥ ସାଂସ୍କୃତିକ ମଞ୍ଚର ସମସ୍ତ ମେମ୍ବର ଉପସ୍ଥିତି ରହି ଶାନ୍ତି ଶୃଙ୍ଖଳା ସହିତ ଏହି କାର୍ଯ୍ୟ ତୁଲାଇଥିଲେ ।
Article Image
Article Image
Article Image
1