ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ବ୍ରଜକିଶୋର ମନ୍ଦିର ପରିଚାଳନା କମିଟି ତରଫରୁ ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ।

ଏରସମା, 28/06/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
Article Image
ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସମଗ୍ର ଓଡିଶାରେ ପାଳନ ହେଉଥିବାବେଳେ ଜଗତସିଂହପୁର ଜିଲ୍ଲା ଏରସମା ରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା "ବ୍ରଜ କିଶୋର ମନ୍ଦିର ପରିଚାଳନା କମିଟି ଏରସମା" ତରଫରୁ ମହାସମାରୋହରେ ଅନୁଷ୍ଠିତ ହୋଇଛି।ଦୀର୍ଘ ପ୍ରାୟ ୮୩ ବର୍ଷ ର ଏହି ପରମ୍ପରା କୁ ଅଞ୍ଚଳ ବାସି ଧୁମଧାମ ରେ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିଆସୁଛନ୍ତି। ଆଜି ସକାଳେ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ, ରଥ ପ୍ରତିଷ୍ଠା ଓ ପହଣ୍ଡି କାର୍ଯ୍ୟ କରାଯାଇଥିଲା।ପ୍ରଥମେ ଚକ୍ରରାଜ୍ ସୁଦର୍ଶନ ଙ୍କ ପହଣ୍ଡି , ଦ୍ବିତୀୟ ରେ ବଡ଼ ଭାଇ ବଳଭଦ୍ର ,ପରେ ମା ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା ।ରାଜା ନିରଞ୍ଜନ ଦାସ ରଥରେ ଛେରା ପହଁରା କରିଥିଲେ। ଏହା ପରେ ରଥଟଣା ପର୍ବ ଆରମ୍ଭ ହୋଇଥିଲା ଭକ୍ତମାନେ ଅତି ଆନନ୍ଦର ସହିତ ମହାପ୍ରଭୁଙ୍କର ରଥକୁ ଟାଣି ଟାଣି ମାଉସୀ ମା ଘର ପର୍ଯ୍ୟନ୍ତ ନେଇଥିଲେ । ବାଲିକୁଦା -ଏରସମା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାପାତ୍ର (ଜିତୁ ଭାଇ), ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ବିଭୁପ୍ରସାଦ ତରେଇ,ବାଲିକୁଦା ଏରସମା ର ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୀତବାସ ଗୋଚ୍ଛାୟତ ଓ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ମହାପ୍ରଭୁଙ୍କ ଘୋଷ ଯାତ୍ରାରେ ଯୋଗଦେଇଥିଲେ । ହଜାର ହଜାର ଭକ୍ତମାନଙ୍କ ସମାଗୋମ ଏରସମା ବଡ଼ ଦାଣ୍ଡରେ ଦେଖିବାକୁ ମିଳିଥିଲା ।ହରିବୋଲ ହୁଳ ହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଉଠୁଥିଲା ବଡ଼ଦାଣ୍ଡ।ମନ୍ଦିର କମିଟି ତରଫରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।
Article Image
Article Image
Article Image
1