ରାହାମା, 28/06/2025, ଉତ୍କଳ voice news - utkalvoicenews.com(ମନୋଜ କୁମାର ଜେନା ଙ୍କ ରିପୋର୍ଟ) :

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପ୍ରମୁଖ ବଣିଜ୍ୟକେନ୍ଦ୍ର ରାହାମାରେ ଶ୍ରୀଶ୍ରୀ ମଦନ ମୋହନ ଜୀଉଙ୍କ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଅଛି। ଦୀର୍ଘ ୪୩ ବର୍ଷ ଧରି ଏହି ରଥଯାତ୍ରା ମହା ସମାରୋହରେ ପାଳିତ ହୋଇଆସୁଛି l ଏହି ପରି ପ୍ରେକ୍ଷୀରେ ରେ ଧାର୍ଯ୍ୟ ହୋଇ ଥିବା ସମସ୍ତ ନୀତି କାନ୍ତି ଯେପରି ମହାପ୍ରଭୁଙ୍କ ର ପହଣ୍ଡି ବିଜେଠୁ ଆରମ୍ଭ ହୋଇ ନେତ୍ର ଉତ୍ସବ ନବ ଯୌବନ ଦର୍ଶନ କରାଯାଇ ଚତୁର୍ଦ୍ଧାମୂର୍ତ୍ତି କୁ ରଥ ବିଜେ କରାଯାଇଥିଲା l ପରେ ପରେ ଚଳିତ ବର୍ଷ ଠାକୁର ରାଜା ଭାବେ ତିନି ରଥରେ ଛେରା ପହରା କରିଥିଲେ ମଣ୍ଡଳ ଉନ୍ନୟନ ଅଧିକାରୀ କୁଜଙ୍ଗ ର ଶ୍ରୀଯୁକ୍ତ ଦୀପକ ପ୍ରସାଦ ସ୍ୱାଇଁ ମହୋଦୟ। ରଥରେ ଘୋଡା ବନ୍ଧାଯାଇ ମହାପ୍ରଭୁ ବଳଭଦ୍ର ଙ୍କ ର ତାଳଧ୍ଵଜ ରଥ ପ୍ରଥମେ ଯିବାର ପ୍ରଥା ରହିଥିବା ବେଳେ, ତାପରେ ମା ସୁଭଦ୍ରାଙ୍କ ର ରଥ ଦର୍ପ ଦଳନକୁ ମା ମାନେ ଟାଣି ବାର ପ୍ରଥା ରହିଥିବା ବେଳେ, ମହାପ୍ରଭୁ ଜଗନ୍ନାଥଙ୍କ ର ରଥ ନନ୍ଦିଘୋଷ ରଥ କୁ ସର୍ବଶେଷରେ ଟଣା ଯାଇ ମା ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଅଭିମୁଖେ ଟଣା ଯାଇଥିଲା। ଏହି ରଥଯାତ୍ରାକୁ ଶୃଙ୍ଖଳିତ କରିବାପାଇଁ ତିର୍ତ୍ତୋଲ ପୋଲିସ ପ୍ରଶାସନ ଆରକ୍ଷୀ ଅଧିକାରୀ ପ୍ରଦୀପ କୁମାର ସେଠି ଙ୍କ ସହିତ ସମସ୍ତ ପୋଲିସ ବାହିନୀ ଉପସ୍ଥିତ ଥିଲେ ଏବଂ କୁଜଙ୍ଗ ପ୍ରଖଣ୍ଡ ଓ ତଳପଡା, ସାଇଲୋ ଖଣ୍ଡର ବଜରଙ୍ଗ ଦଳର ସ୍ବେଛାସେବୀ ଭାଇମାନଙ୍କ ସହଯୋଗ ରହିଥିଲା। ଶ୍ରୀ ଶ୍ରୀ ଦଧିବାମନ ଜୀଉ ଶ୍ରୀ ଶ୍ରୀ ମଦନ ମୋହନ ଜୀଉ ମଠ ପରିଚାଳନା ପରିଷଦ ସଭାପତି ରବିନାରାୟଣ ସାହୁ, ସମ୍ପାଦକ ଡ଼କ୍ଟର ସୁନାକର ବେହେରା,କୋଷାଧକ୍ଷ ଭିକାରି ଚରଣ ସେନାପତି, ଉପ କୋଷାଧକ୍ଷ ଶରତ କୁମାର ସାହୁ, ବଜାର କମିଟି ରାହାମା ସଭାପତି ଶିଶିର କୁମାର ଦାସ,ସମ୍ପାଦକ ପ୍ରଶାନ୍ତ କୁମାର ସାହୁ,ରଶ୍ମି କାନ୍ତ ଦାସ,ମନୋହର ସ୍ୱାଇଁ,ଲଷ୍ମୀଧର ସାହୁ, ପ୍ରଦୀପ କୁମାର ସାହୁ,ରାହାମା ଅଞ୍ଚଳର ଯୁବ ସଂଗଠନ ପ୍ରତାପ ଚନ୍ଦ୍ର ଦାସ, କାର୍ତ୍ତିକ ସାହୁ,ସୌଭାଗ୍ୟ ନାୟକ, ବିପିନ କୁମାର ବରାଳ,ସୁଲେଖ ବେହେରା, ପ୍ରସନ୍ନ କୁମାର ସ୍ୱାଇଁ, ଜିତେନ୍ଦ୍ର ସ୍ୱାଇଁ, ସାମ୍ବାଦିକ ମନୋଜ କୁମାର ଜେନା, ଶ୍ରୀକାନ୍ତ ଦାସ, ଦେବାଶିଷ ଅକ୍ଷୟ କୁମାର ମହାନ୍ତି,ଚନ୍ଦ୍ରକାନ୍ତ ବାରିକ,ବିନୋଦ କୁମାର ବରାଳ,ସାଇଲୋ ସରପଞ୍ଚ ସରୋଜ କୁମାର ସେଠି,ମନୋଜ କୁମାର ସାହୁ,ଦୀପକ କୁମାର ମହାନ୍ତି, ଦୁର୍ଯ୍ୟୋଧନ ପାତ୍ର, ପ୍ରଦୀପ୍ତ କୁମାର ରାଉତ ଇତ୍ୟାଦି ଉପସ୍ଥିତ ରହି ଏହି ଘୋଷ ଯାତ୍ରାକୁ ସୁ ପରିଚାଳନା କରିଥିଲେ।




