ଉତ୍କଳ voice news - utkalvoicenews.com
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
ଗଣଦୁଷ୍କର୍ମ , ନାରୀ ନିର୍ଯ୍ୟାତନା ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ବିରୁଦ୍ଧରେ ୫ମ ମହିଳା ଶାଖା ସମ୍ମୀଳନୀ
କୁଜଙ୍ଗ , 29/06/2025, ଉତ୍କଳ voice news - utkalvoicenews.com(ପାରାଦ୍ଵୀପ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ।) :
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଲୋକନାଥ ଭବନ ଠାରେ (ସି ପି ଆଇ) ତଥା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଗଣଦୁଷ୍କର୍ମ ଏବଂ ନାରୀ ନିର୍ଯ୍ୟାତନା ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ବିରୁଦ୍ଧରେ ୫ମ ମହିଳା ଶାଖା ସମ୍ମୀଳନୀ ପାଳନ କରାଯାଇଅଛି। ଏହି କାର୍ଯ୍ୟ କରିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ରହିଛି ତାହା ଉତ୍କଳ ମହିଳା ସମିତିର ରାଜ୍ୟ ସାଧାରଣ ସମ୍ପାଦିକା ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟା ଜୀନ୍ମୟୀ ସାହାଣୀ ବକ୍ତୃତା ପ୍ରଦାନ କରିଛନ୍ତି। ତାଙ୍କ କହିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆଜି ଆମ କୁଜଙ୍ଗ ପାରାଦ୍ଵୀପ ଆଞ୍ଚଳିକ କମିଟିର ମହିଳା ଶାଖା ସମିତି ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ୧୩ ଜଣିଆ କମିଟି ଗଠନ କରାଯାଇ ନନ୍ଦିତା ସାମଲ୍ ସମ୍ପାଦୀକା ରଶ୍ମୀତା ବେହେରା ଓ କଲ୍ୟାଣୀ ଦାସ୍ ସହସମ୍ପାଦୀକା ଏବଂ ପ୍ରତିମା ମଲ୍ଲିକ୍ କୋଷାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ୩ରୁ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତେ ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ସରକାରଙ୍କ ତରଫରୁ ଠୋସ୍ ପଦକ୍ଷେପ ନିଆଯାଇପାରୁନାହିଁ।ଆଜି ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି। ମହିଳା ମାନଙ୍କର ସୁରକ୍ଷା ପାଇଁ ସରକାର ଆଇନ୍ ଶୃଙ୍ଖଳାକୁ କଡାକଡି କରିବା ସହିତ ଦୁଷ୍କର୍ମର ଶୀକାର ହେଉଥିବା ପୀଡ଼ିତା ମାନଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା ସହିତ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସମ୍ମୀଳନୀ ରେ ଦାବି କରାଯାଇଛି।ଆମର ଏହି ସମ୍ମିଳନୀରେ ମହିଳା ମାନଙ୍କୁ ନିଜ ସୁରକ୍ଷା ନିଜେ ଦେବାପାଇଁ ସଚେତନ ହେବାପାଇଁ ଏବଂ ମହିଳା ମାନଙ୍କ ଉପରେ ହେଉଥବା ନିର୍ଦ୍ଦାତନାକୁ ବିରୋଧ କରିବା ପାଇଁ ଆନ୍ଦୋଳନ କୁ ତିବ୍ରତର କରିବା ସହିତ ସଂଗଠନକୁ ମଜବୁତ୍ କରିବା ପାଇଁ ଆହ୍ୱାନ କରାଯାଇଛି।
1