ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନାଆଳି ର ବିକାଶ ପାଇଁ ଦାବିପତ୍ର

ନାଆଳି, 14/01/2025, ଉତ୍କଳ voice news - utkalvoicenews.comନିଆଳୀ (ନି ପ୍ର )ନିଆଳୀ ତଥା ଓଡିଶା ର ଅଗ୍ରଣୀ ସ୍ୱେଚ୍ଛାସେବୀ ତଥା ଗାନ୍ଧିବାଦୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ତରଫରୁ ଆଜି ନିଆଳୀ ତହସିଲ ଅଫିସ ରେ ମାନନୀୟ ତହସିଲଦାର ଶ୍ରୀ ଲିଲନ ପ୍ରସାଦ ସାହୁ ଙ୍କୁ ନିଆଳୀ ନିର୍ବାଚନ ମଣ୍ଡଳୀ ର ସମୂହ ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ୧୬ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି, ଦୀର୍ଘ 12 ବର୍ଷ ରୁ ଉର୍ଦ୍ଧ ହେବ ନିଆଳୀ ର ବିକାଶ ପାଇଁ ବାରମ୍ବାର ଦାବୀ ଅନଶନ ଏବଂ ଆମରଣ ଅନଶନ କରିଛି ଅନୁଷ୍ଠାନ କିନ୍ତୁ ସରକାର ଙ୍କ ତରଫରୁ ତାର ସମାଧାନ ହେଉ ନାହିଁ ତେଣୁ ଆଜି ର ଦାବିପତ୍ର ରେ ଯଦି ସରକାର ନ ଶୁଣନ୍ତି ତେବେ ଆମରଣ ଅନଶନ କୁ ଓଲାହିବାକୁ ବାଧ୍ୟ୍ୟ ହେବ ବୋଲି ଅନୁଷ୍ଠାନ ର ଅଧ୍ୟକ୍ଷ ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀ ସୂଚନା ଦେଇଛନ୍ତି ଦାବୀ ଗୁଡିକ ଯଥା :-କସର୍ଦା ଫାଣ୍ଡି କୁ ଥାନାର ମାନ୍ୟତା। ବିନିସପୁର ରେ ଫାଣ୍ଡି ର ପ୍ରତିଷ୍ଠା। ନିଆଳୀ ଏବଂ ଅଡଶପୁରକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ସହ କାର୍ଯ୍ୟକାରୀ କରିବା, ନିଆଳୀ କୁ ସବ ଡିଭିଜନର ମାନ୍ୟତା ପ୍ରଦାନ, ନିଆଳି ନିର୍ବାଚନ ମଣ୍ଡଳୀର ଦୁଇ ବ୍ୟାବସାୟିକ ପେଣ୍ଠସ୍ଥଳୀ ଅଡଶପୁର ଓ ନିଆଳି ବଜାରର ସମ୍ପ୍ରସାରଣ ସହ ଟ୍ରାଫିକ୍ ବ୍ୟବସ୍ଥା।
Article Image
ଜଗତସିଂହପୁରରୁ କଟକ, ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା ଭଳି ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକୁ ଯାତାୟତ କ୍ଷେତ୍ରରେ ବିଶେଷ ଗୁରୁତ୍ଵ ରଖୁଥିବା ଅଡଶପୁର- ଜଗତସିଂହପୁର ରାସ୍ତାର ମରାମତି ଓ ସମ୍ପ୍ରସାରଣ ସହ ଏହାକୁ ରାଜ୍ୟ ରାଜପଥର ମାନ୍ୟତା । ଉଦୟନାଥ ସ୍ଵୟଂ ଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଗ୍ରାମୀଣ ବିଶ୍ୱ ବିଦ୍ୟାଳୟର ମାନ୍ୟତା,ମହାତ୍ମା ଗାନ୍ଧୀ ଙ୍କ ୧୫୬ ତମ ଜନ୍ମବାର୍ଷିକ ଅବସରରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ରେ ମହାତ୍ମାଗାନ୍ଧୀ ଚେୟାର ପ୍ରତିଷ୍ଠା। ଦ୍ଵୀପାଞ୍ଚଳର କେନ୍ଦ୍ର କସର୍ଦାଠାରେ ବ୍ଲକ କାର୍ଯ୍ୟାଳୟ ପ୍ରତିଷ୍ଠା। ନିଆଳି ନିର୍ବାଚନ ମଣ୍ଡଳୀର ସମସ୍ତ ମେଡିକାଲ ଯଥା: ଅଡଶପୁର, କସର୍ଦା, ନିଆଳି, ବଡ଼ବିଲି, ମହୀଧରପଡା ଓ ଗୋବିନ୍ଦପୁର ମେଡିକାଲ ରେ ଥିବା ପରିତ୍ୟକ୍ତ ଗୃହଗୁଡିକର ମରାମତି ସହିତ ନୂତନ ଗୃହ ନିର୍ମାଣ ସହ ସ୍ଥାୟୀ ଡାକ୍ତର ନିଯୁକ୍ତି। ଏବଂ ନିଆଳୀ, ଅଡଶପୁର ଏବଂ ମହୀଧରପଡା ମେଡିକାଲ ରେ ୧୦୦ ସଂଖ୍ୟା ବିଶିଷ୍ଟ ଶଯ୍ୟା ନିର୍ମାଣ ଫୁଲନଖରା-ନିଆଳି ୬୦ ନମ୍ବର ରାଜପଥର ସମ୍ପ୍ରସାରଣ ସଠିକ୍ ଭାବେ ନ ହୋଇଥିବା ସ୍ଥଳେ ଏହାର ମରାମତି ସହିତ ସମ୍ପ୍ରସାରଣ ଏବଂ ଉଭୟ ପାର୍ଶ୍ଵରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଏବଂ କସର୍ଦା ରୋଡ଼ ସମ୍ପ୍ରସାରଣ ଏବଂ ସରକାରୀ ଜମି ଉଛେଦ ।ବିଦ୍ୟାଳୟ ସମେତ +୨ ଓ +୩ କଳା, ବାଣିଜ୍ୟ ଓ ବିଜ୍ଞାନ ରେ ଯୋଗ ଶିକ୍ଷା କୁ ଅନ୍ତର୍ଭୁକ୍ତ କରିବା ସହ ଯୋଗପ୍ରଶିକ୍ଷକ ନିଯୁକ୍ତି।, ନିଆଳି ନିର୍ବାଚନ ମଣ୍ଡଳୀ ରେ ଶୀତଳ ଭଣ୍ଡାର ସହ କୃଷିଭିତ୍ତିକ ବଜାର ସୃଷ୍ଟି ସହ ଚାଷୀ ମାନଙ୍କୁ ମାଗଣାରେ ବିଦ୍ୟୁତ୍ ଯୋଗାଣ,ଦ୍ଵୀପାଞ୍ଚଳ ନିଆଳି କୁ ରେଳ ସଂଯୋଗୀକରଣ। ଏବଂ ଦ୍ଵୀପାଞ୍ଚଳ କୁ ସଂଯୋଗ କରୁଥିବା ସମସ୍ତ ପୋଲର ମରାମତି ଓ ନୂତନ ପୋଲ ନିର୍ମାଣ,ନିଆଳୀ ରେ ପଶୁ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଏବଂ ନିଆଳୀ ଓକିଲ ମାନଙ୍କ ପାଇଁ ନୂତନ ଗୃହ ନିର୍ମାଣ,ଐତିହାସିକ ଦିପୋଟି ମେଳଣ ରେ ତୋରଣ,ବେଦୀ ମଣ୍ଡପ ଏବଂ ହାଟ ର ବିକାଶ,ବିଳାଶୁଣୀ ବ୍ରିଜ ଏବଂ ରାସ୍ତା ମରାମତି ଏବଂ କସର୍ଦା ହାଟ ରେ ବିଦ୍ୟୁତ ର ସ୍ଥାୟୀ ପ୍ରତିକାର ପାଇଁ ଦାବୀ ଏ ସମସ୍ତ ଦାବୀ ପୂରଣ ନ ହେଲେ ଫୁଣି ଥରେ ନିଆଳୀ ତହସିଲ ଅଫିସ ଆଗରେ ଆମରଣ ଅନଶନ ରେ ବସିବାକୁ ବାଧ୍ୟ୍ୟ ହେବ ଅନୁଷ୍ଠାନ ଆଜି ନିଆଳୀ ଓକିଲ ସଂଘ ର ସମସ୍ତ ସଭ୍ୟ ମାନସ ରଞ୍ଜନ ପଣ୍ଡା, ବିଭୁଦତ୍ତ ଦାଶ, ସଚ୍ଚିଦାନନ୍ଦ ନାୟକ,ଏବଂ ଗଣେଶ ମହାନ୍ତି ସହ ଅନୁଷ୍ଠାନ ସନ୍ଦୀପ ମଲ୍ଲିକ, ମୋନାଲିସା ମୁଦୁଲି, ଦୀପ୍ତି ରଞ୍ଜନ ନାୟକ,ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ
1