ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲ୍ସ କଲେଜ ଅଧ୍ଯାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବୁଗୁଡା, 29/06/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଧ୍ଯାପକ ଡ.ବିନୋଦ କୁମାର କରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଅକ୍ଷୟ କୁମାର ସାହୁଙ୍କ ସମେତ ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଗତ ୨୬ ଅକ୍ଟୋବର ୨୦୧୯ ମସିହାରେ ଅଧ୍ଯାପକ ବିନୋଦ କୁମାର କର ପିପୁଲ୍ସ କଲେଜରେ ଯୋଗଦାନ କରି ଅଧ୍ଯାପନା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ନିଷ୍ଠାପର ପ୍ରଚେଷ୍ଟା ଫଳରେ ଲଗାତର ଭାବେ ଚାରି ବର୍ଷ ହେଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଟପ୍ ଟେନ୍ ତାଲିକାରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ସ୍ଥାନ ପାଇ ଗୋଲ୍ଡ ମେଡାଲ ହାସଲ ପୂର୍ବକ ପିପୁଲ୍ସ କଲେଜର ଗୌରବ ବୃଦ୍ଧିରେ ସହାୟକ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମ କାଳରେ ବିଭାଗୀୟ ଅଧ୍ୟାପକ ଓ ଛାତ୍ରଛାତ୍ରୀ ସ୍ବ ସ୍ବ ବକ୍ତବ୍ୟରେ ବିଦାୟୀ ଅଧ୍ଯାପକଙ୍କ କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ଅଧ୍ଯାପନା ଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ଯପକ୍ଷରେ ଅଧ୍ଯାପକ କର ମଧ୍ୟ ସ୍ବବକ୍ତବ୍ଯରେ ସରକାରୀ ଚାକିରି ଜୀବନର ପ୍ରଥମ କର୍ମକ୍ଷେତ୍ର ପିପୁଲ୍ସ କଲେଜ ତାଙ୍କ ପାଇଁ ଚିରଦିନ ଅବିସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିବା ସହ ଉପସ୍ଥିତ ଅଧ୍ଯୟନରତ ଏବଂ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ। ଏ ଅବସରରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରସ୍ଥ ବ୍ରଜବନ୍ଧୁ ଡିଗ୍ରୀ କଲେଜକୁ ବଦଳି ହୋଇଥିବା ଅଧ୍ୟାପକ କରଙ୍କୁ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଅନେକ ଉପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମନିଷା ଡାକୁଆ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ପରିଶେଷରେ ଛାତ୍ରୀ ଗିତାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
1