ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିପଦ ସଙ୍କୁଳ ଅନ୍ଧାରୀ ପୋଲ

ଏରସମା, 29/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ୍ ଭିତରଅନ୍ଧାରୀ ପଞ୍ଚାୟତ ଗୋଲା ନିକଟରେ ଥିବା ପୋଲ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ପୋଲଟି ଦୀର୍ଘ ଦିନଧରି ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ତାହାର ମରାମତି ପାଇଁ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅନ୍ଧାରୀ ଗୋଲା ଠାରେ ଏହି ପୋଲଟି ୨୫ ବର୍ଷ ତଳେ ନିର୍ମାଣ କରାଯାଇଥିଲା।ରକ୍ଷଣାବେକ୍ଷଣ ଅଭାବରୁ ଇତିମଧ୍ୟରେ ପୋଲର ଉଭୟ ପାର୍ଶ୍ଵ ବାଡା ସମ୍ପୁର୍ଣ୍ଣ ଭାଙ୍ଗିଗଲାଣି।ଏହାର ଖୁମ୍ବ ଗୁଡିକରୁ କଂକ୍ରିଟ ଛାଡି ତାହା କ୍ରମଶଃ ଦୁର୍ବଳ ହୋଇପଡିଲାଣି।ଦୀର୍ଘ ବର୍ଷ ପରେ ମଧ୍ୟ ପୋଲଟିର ମରାମତି କରାଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏରସମା ଅଞ୍ଚଳର ଗୁଆ ମୁଣ୍ଡା,ଜାମୁକଣ,ପୋତକ ବଡବେଲାରୀ ଓ ଅନ୍ଧାରୀକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ଉପରେ ଅବସ୍ଥିତ ଏହି ପୋଲଟିର ଏପରି ଅବସ୍ଥା,ପଥଚାରୀ ମାନଙ୍କ ପାଇଁ ବିପଦ ସ୍ତୃଷ୍ଟି କରୁଥିବାର କୁହାଯାଉଛି। ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବା ସହିତ ଏହି ପୋଲଟିକୁ ତୁରନ୍ତ ମରାମତି କରିବା ପାଇଁ ପୋତକ ଗ୍ରାମର , ଦୀପକ ସ୍ୱ।ଇଁ, ବଟକୃଷ୍ଣ ସ୍ବାଇଁ, ଆଶିଷ ପ୍ରଧାନ ଗୁଆମୁଣ୍ଡା ଗ୍ରାମର ସଲିଳ ରାଉତ,ପପିନା ମହାନ୍ତି,ଶେଷନ ଭୋଳ, ବିଭୁ ରଞ୍ଜନ ରାଉତ,ଋତୁରାଜ ସ୍ଵାଇଁ ପ୍ରମୁଖ ଦାବି କରିଛନ୍ତି। ...
Article Image
10