ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ସହିତ ନୂତନ ଗଣିତ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ଦାବି

ଏରସମା, 30/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ସହିତ ନୂତନ ଗଣିତ ଶିକ୍ଷକ ନିଯୁକ୍ତି ପାଇଁ ଚଟୁଆ ପରିଚାଳନା କମିଟିର ସଭାପତି, ପରିଚାଳନା କମିଟିର ମେମ୍ବର, ଅଭିଭାବକ ମାନଙ୍କ ସହିତ ସ୍କୁଲର ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି। ଚଟୁଆ ଉଚ୍ଚ ବିଦ୍ୟାଳୟରେ ଚଟୁଆ ପ୍ରାଥମିକ ସ୍କୁଲୁ ଯୋଡ଼ି ହୋଇଥିବାରୁ ଚଟୁଆ ସ୍କୁଲର ୩୭୭ ଜଣ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି। ଗଣିତ ଶିକ୍ଷକ ନଥିବା ଯୋଗୁଁ ପାଠ ପଢ଼ାରେ ବାଧାପ୍ରାପ୍ତ ସୃଷ୍ଟି ହୋଇଅଛି।ଯଥାଶୀଘ୍ର ଚଟୁଆ ଉଚ୍ଚ ବିଦ୍ୟାଳୟକୁ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହିତ ନୂତନ ଗଣିତ ଶିକ୍ଷକଙ୍କୁ ନିଯୁକ୍ତି କରିବାପାଇଁ ଚଟୁଆ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବଦତ୍ତ ସାହାଣୀ, ଆଲୁମିନିୟମ କମିଟିର ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ପରିଚାଳନା କମିଟିର ସଦସ୍ୟ ରମେଶ ଚନ୍ଦ୍ର ଗୋଛାୟତ, ମମତା ସ୍ୱlଇଁ, ଦମୟନ୍ତୀ ଗୋଚ୍ଛାୟତ, ସାଜେଦା  ବିବି, ଅଭିଭାବକ ସୁମନ ସ୍ୱlଇଁ, ଟୁଲୁ ନାଥ, ବିମ୍ବାଧର ବିଶ୍ଵାଳ, ଶଶିଭୂଷଣ ମହାନ୍ତି , ମଳୟ ରଞ୍ଜନ ସୂତାର ,ଲୋକନାଥ ଜେନାଙ୍କ ସମେତ ଚଟୁଆ ସ୍କୁଲର ପରିଚାଳନା କମିଟିର ସଦସ୍ୟ ଓ  ଅଭିଭାବକ ମାନେ ଦାବି କରିଛନ୍ତି।
Article Image
1