ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଦଳି କନିଷ୍ଠ ଯନ୍ତ୍ରୀଙ୍କ ଭିଜିଲାନ୍ସ ତଦନ୍ତ ଦାବୀ

କୁଜଙ୍ଗ, 30/06/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ୭ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବାଲିତୁଠ ପଞ୍ଚାୟତ ଓ ବଳେଇପୁର ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କ ସମୟରେ ହୋଇଥିବ ବିଭିନ୍ନ କାର୍ଯ୍ୟ ତଥା ଢ଼ଳେଇ ରାସ୍ତା,ମିଶନ ଶକ୍ତି ଗୃହ,ସଂମ୍ସାନ ଗୃହ,ଅଙ୍ଗନ ୱାଡ଼ି ଗୃହ, କମ୍ୟୁନିଟ୍ ସେଣ୍ଟର୍,ଏମଏନଆରଇଜୀଏସ,ଆମ ଗାଁ ଆମ ବିକାଶ, ସ୍କୁଲ ଗୃହ ମରାମତି, ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ପୋଖରୀ ଖୋଳା ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନତୀ, ଲାଞ୍ଚ କାରବାରକୁ ନେଇ ବଦଳୀ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ତଦନ୍ତ ଦାବୀ କରାଯାଇଛି। ବାଲିତୁଠ ପଞ୍ଚାୟତ ଓ ବଳେଇପୁର ପଞ୍ଚାୟତରେ କୋଟି କୋଟି ଟଙ୍କାର କାର୍ଯ୍ଯ କରା ଯାଇଥିଲେ ମଧ୍ୟ କାର୍ଯ୍ୟକୁ ନିମ୍ନ ମାନର କରି ଲକ୍ଷ୍ୟଧିକ ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏବେ ସୁଦ୍ଧା ଅଙ୍ଗନବାଡି ଗୃହ ଓ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଧାପନ୍ତରିଆରେ ଥିବା ଅଭିଯୋଗ ହୋଇଛି। ବଦଳି କନିଷ୍ଠ ଯନ୍ତ୍ରୀଙ୍କ ଖାମଖିଆଲ ନୀତି ଓ ଲାଞ୍ଚ ଖୋର୍ ମନବୃତି ଯୋଗୁଁ ଯୋଜନାର ସୁଫଳ ଜନ ସାଧାରଣ ପାଉନଥିବା ଅଭିଯୋଗ ହୋଇଛି।ଉକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଗଲେ କନିଷ୍ଠ ଯନ୍ତ୍ରୀଙ୍କ ଅସଲ ମୁଖା ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧାରା ହେଉଛି ।ଏଥିସହିତ କନିଷ୍ଠ ଯନ୍ତ୍ରୀ ନିଜ ସମ୍ପର୍କୀୟଙ୍କ ନାମରେ ଜମି ଖରଦୀ କରିଥିବାର ଅଭିଯୋଗ ହୋଇଛି।ଏହି ଦୁଇଟି ପଞ୍ଚାୟତରେ ପୂର୍ବରୁ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସମୟରେ ବିଭିନ୍ନ କାର୍ଯ୍ୟର ତଦନ୍ତ କରାଯିବା ପାଇଁ ବିଭାଗୀୟ ଅଧିକାରୀ ଜିଲ୍ଲପାଳ ଓ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଜନ ସାଧାରଣଙ୍କ ତରଫରୁ ଦୃଢ଼ ଦାବୀ କରାଯାଇଛି। ପ୍ରକାଶ ଥାଉକି କନିଷ୍ଠ ଯନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟ ନିମ୍ନମାନର ସହିତ ଫଲସ୍ ବିଲ୍ ହୋଇଥିବା ସମାଜସେବୀ ରମେଶ ଚନ୍ଦ୍ର ପରିଜା ବିଭିନ୍ନ ଗଣମାଧ୍ୟମରେ ପୂର୍ବରୁ ଅଭିଯୋଗ କରିଥିଲେ।
1