ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ

ରାହାମା, 30/06/2025, ଉତ୍କଳ voice news - utkalvoicenews.com(ରାହାମା ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ) :
Article Image
ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମା ବଜାରରେ ମାତିଲେଣି ପୁଣି ସୁନା ଚେନ ଲୁଟେରା l ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି, ଡକାୟତି, ରାହାଜାନି ଭଳି ଅନେକ ଅପରାଧ l ସୂଚନା ଅନୁସାରେ ସରସ୍ୱତୀ ଶିଶୁମନ୍ଦିର ତାଳପଡା ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷୟତ୍ରୀ ରଶ୍ମିରେଖା ନନ୍ଦ ଯାହାଙ୍କର ଗ୍ରାମ ପଙ୍କପାଳ ସେ ଗତକାଲି ରବିବାର ବିଦ୍ୟାଳୟ ଛୁଟି ଥିବାରୁ ରାହାମା ମାର୍କେଟ କୁ ଘର ର ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇଥିଲେ । ମାର୍କେଟିଙ୍ଗ ସାରି ବଜାର ରୁ ନିଜ ଘରକୁ ଯାଉଥିବାବେଳେ ଦୁଇ ଜଣ ଲୋକ ଏକ ସ୍କୁଟିରେ ପହଂଚି ମାର୍କେଟ ରେ ଉକ୍ତ ଶିକ୍ଷୟତ୍ରି ଙ୍କ ବେକରେ ଥିବା ସୁନା ଚେନ କୁ ଟାର୍ଗେଟ କରିଥିଲେ l ସମୟ ଦିବା ୧୧. ୩୫ ମିନିଟ ସମୟ ରେ ଶିକ୍ଷୟତ୍ରୀ ଜଣକ ଏକ ନିର୍ଦ୍ଧିଷ୍ଟ ଇଲୋକ୍ଟ୍ରୋନିକସ ଦେକାନ ରୁ କିଣା କିଣି ସାରି ଆସୁଥିବା ବେଳେ ଯୁବକ ଜଣକ ଛକି ରହିଥିଲା। ଅନ୍ୟ ଜଣ ଯୁବକ ଏକ ସ୍କୁଟି ଆଣି ଉକ୍ତ ସ୍ଥାନରେ ଛିଡା ହୋଇଥିଲା ଉକ୍ତ ଶିକ୍ଷୟତ୍ରୀ ରୋଡ଼ ପାରହେଲା ବେଳେ ଛପି ରହିଥିବା ଯୁବକ ସୁନାଚେନଟି ଝାମ୍ପି ନେଇ ସ୍କ୍ୟଟି କୁଆଡେ ଚମ୍ପଟ ମାରିଥିଲା ଶିକ୍ଷୟତ୍ରୀ ଜଣକ ତଳେ ପଡିଯାଇଥିଲେ ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରୁଥିଲେ ବୋଲି ସ୍ଥାନୀୟ ବ୍ୟବସାୟୀ ଓ ଲୋକମାନେ ପ୍ରକାଶ କରିଛନ୍ତି। ସଙ୍ଗେ ସଙ୍ଗେ ତିର୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ସେଠି ଓ ତାଙ୍କର ପୋଲିସ ଷ୍ଟାଫ ଘଟଣା ସ୍ଥଳରେ ପହଂଚି ପରସ୍ଥିତ ର ଅନୁଧ୍ୟାନ କରି ଡାକୟତ ମାନଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲେ। ଥାନା ଅଧିକାରୀ କହିଛନ୍ତି ତଦନ୍ତ ଚାଲୁ ରହିଛି ଏବଂ ବହୁତ ଶୀଘ୍ର ଲୁଟେରା ମାନଙ୍କୁ ପୋଲିସ କାବୁ କରିବ। ଏଠାରେ ପ୍ରଶ୍ନ ଉଠୁଛି ରାହାମା ଏକ ଶାନ୍ତି ଶୃଙ୍ଖଳା ବାତାବରଣ ର ସ୍ଥାନ ହୋଇଥିବା ବେଳେ ଚୋରି ଡକାୟତି ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି l ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ କଡା କଡୀ ନ କଲେ ଭବିଷ୍ୟତ ରେ ପୁଣି ଅନ୍ୟ ମାନେ ଲୁଟ ର ଶିକାର ହେବେ ଓ ଶାନ୍ତିଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିବ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି.
Article Image
Article Image
1