ନିମିଢ଼ି, 14/01/2025, ଉତ୍କଳ voice news - utkalvoicenews.comପାରାଦୀପ ଗଡ ଗ୍ରାମ ପଞ୍ଚାୟତ, ନୀମୀଢି ସ୍ଥିତ ବିଗ୍ରେଡ୍ ସୈନିକ ସ୍କୁଲ ର ୨୪ତମ ବାର୍ଷିକ ଉତ୍ସବ ମହାସମାରୋରେ ଅନୁଷ୍ଟିତ ହୋଇଯାଇଛି l
ଉକ୍ତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ସାଂସଦ ଡ଼ାକ୍ତର କୁଳମଣି ସାମଲ, ମୁଖ୍ୟ ବକ୍ତା ଭାବେ ଡ଼ାକ୍ତର ଦେବଦତ୍ତ ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, କୁନିଲତା ବିଶ୍ଵାଳ ପ୍ରମୁଖ ଯୋଗଦେଇଥିଲେ l
ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମମତା ରଥ ସଭାପତିତ୍ବ କରିଥିଲେ l ବିଭିନ୍ନ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର, ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥଲେ l କୁନି କୁନି ପିଲାମାନଙ୍କ ଦ୍ବାରା ନାଚ ଗୀତ ର କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ଯକ୍ରମ କୁ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା କର, ବେବିନା ସ୍ୱାଇଁ, ସସ୍ମିତା ମହାପାତ୍ର, ଝିଲିପ୍ରଭା ମହାପାତ୍ର, ମନୋଜ ଦାସ, ପରିଚାଳନା କରିଥିଲେ l ଭବାନୀ କାନ୍ତ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ l