ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗ୍ୟାସ ଟାଙ୍କି ଟ୍ରକ ସହ କାର୍ ମୁହାଁମୁହିଁ ଧକ୍କା

କଟକ ଓ ପାରାଦୀପ ମୁଖ୍ୟ ରାଜ୍ୟ ରାଜପଥ, 01/07/2025, ଉତ୍କଳ voice news - utkalvoicenews.com# କାର୍ ଚାଳକମୃତ # ଟ୍ରକ ଡ୍ରାଇଭର ଫେରାର
Article Image
(କୁଜଙ୍ଗ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ) :
Article Image
କଟକ ଓ ପାରାଦୀପ ମୁଖ୍ୟ ରାଜ୍ୟ ରାଜପଥ ବର୍ତ୍ତମାନ ଏକ ମରଣଜନ୍ତା ପାଲଟିଛି । ପ୍ରତିଦିନ ଏକ ରୁ ଅଧିକ ସଡ଼କ ଦୁର୍ଘଟଣା ସାଧାରଣ ଲୋକଙ୍କ ର ପ୍ରାଣ ଯାଉଛି। ଦିନକୁ ପ୍ରାୟ ଅନେକ ଲୋକ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରୁଛନ୍ତି । ଏପରି ଏକ ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଭୁତମୁଣ୍ଡାଇ ଅଞ୍ଚଳର ପଞ୍ଜାବ ନେସନାଲ ବ୍ୟାଙ୍କ ଛକ ନିକଟରେ ।ଗ୍ୟାସ ଟାଙ୍କି ଗାଡି ସହ କାର୍ ମୁହାଁମୁହିଁ ଧକ୍କା ହେବାରୁ କାର୍ ଚାଳକ ର ମୃତ୍ୟୁ ହୋଇଛି । ତେବେ ମୃତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଜଗତି ଗ୍ରାମର ପ୍ରଜ୍ଞା ପ୍ରକାଶ ପତି ବୋଲି ଜଣା ପଡିଛି। ସୂଚନା ଅନୁସାରେ ପ୍ରଜ୍ଞା ଆଜି ସକାଳେ ଏକ ଜରୁରୀ କାମ ପାଇଁ ନିଜର ୱାଗେନର ଗାଡ଼ି ଯାହାର ନମ୍ବର OD02BS8825 ଯୋଗେ କଟକ ଅଭିମୁଖେ NH ଉପରେ ଯାଉଥିଲେ ଅପର ପକ୍ଷରୁ ଏକ ଗ୍ୟାସ ଟାଙ୍କି ଟ୍ରକ ଯାହାର ନମ୍ବର NL01AC2290 ପାରାଦ୍ୱୀପ ଅଭିମୁଖେ ଅତି କ୍ଷିପ୍ର ଗତିରେ ଆସୁଥିଲା, ତେବେ କୌଣସି କାରଣରୁ ଟ୍ରକ ନିଜର ଭାରଶ୍ୟାମ ହରାଇ ଉକ୍ତ କାର ଟିକୁ ଧକା ଦେଇଥିଲା.
Article Image
ଘଟଣା ସ୍ଥାନରେ କାର ଚାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ତତକ୍ଷଣାତ କୁଆଡେ ଫେରାର ହୋଇଯାଇଛି l ଉଭୟ ଗାଡ଼ି ରାସ୍ତା ଉପରେ ଥିବାରୁ ଜନ ସାଧାରଣ ରାସ୍ତାରେ ଯିବା ଆସିବା କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ, ପରେ ପାରାଦ୍ୱୀପ ଲକ ଥାନା ପୋଲିସ ଘଟଣା ସ୍ଥାନରେ ପହଞ୍ଚି କ୍ରେନେ ଯୋଗେ ସାଇଡ କରିବା ପରେ ଯାନ ବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା l
Article Image
Article Image
1