ଉତ୍କଳ voice news - utkalvoicenews.com
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
ଜଗତସିଂହପୁର ଟ୍ରକ୍ ମାଲିକ ସଙ୍ଘ ତରଫରୁ ସାମ୍ବାଦିକ ସମ୍ମିଳନୀ।
ପାରାଦ୍ୱୀପ , 01/07/2025, ଉତ୍କଳ voice news - utkalvoicenews.com(ପାରାଦୀପରୁ ରଶ୍ମି ରଂଜନ ଦାସଙ୍କ ରିପୋର୍ଟ) :
ମନ୍ତ୍ରୀ ଙ୍କ ପାଇଁ ଅଶାନ୍ତି ହେଉଛନ୍ତି ପାରାଦୀପ ଟ୍ରକ୍ ମାଲିକ ସଙ୍ଘ ।ମନ୍ତ୍ରୀ ନିଜର କ୍ଷମତା ଓ ଶକ୍ତି କୁ ଅପବ୍ୟବହାର କରି ପୋଲିସକୁ ହାତ ବାରିଶ କରି ଦାଉ ସାଜୁଛନ୍ତି ସଙ୍ଘ ମାଲିକଙ୍କ ଉପରେ। ମନ୍ତ୍ରୀ ଚାହୁଁଛନ୍ତି ପାରାଦୀପ ର ସମସ୍ତ ସଙ୍ଘ ମୋ ଅକ୍ତିଆର ରେ ରହୁ। ଯାହା ଦ୍ଵାରା ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘରେ ବିଭ୍ରାଟ ସୃଷ୍ଟି କରିବାକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଅନ୍ୟାବଶ୍ୟକ ଚାପ ପକାଉଥିବା ସଂଘ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। ପୁଲିସ ପ୍ରଶାସନ ପକ୍ଷରୁ ଟ୍ରକ୍ ମାଲିକ ସଂଘ ବୈଠକ ବନ୍ଦ କରାଯିବାକୁ ନେଇ ଆଜି ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ତଥା ବରିଷ୍ଠ ବିଜେଡି ନେତା ସନ୍ତୋଷ ପଟ୍ଟନାୟକ ବିଧାୟକ ତଥା ମନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀ ଜାଣିଶୁଣି ଜିଲ୍ଲା ଟ୍ରକ ମାଲିକ ସଙ୍ଘ ଭଳି ଏକ ଶୃଙ୍ଖଳିତ ସଂଘକୁ ଭାଙ୍ଗିବାକୁ ହୀନ ଉଦ୍ୟମ କରୁଛନ୍ତି। ଏପରିକି ସଂଘର ସାଧାରଣ ପରିଷଦ ବୈଠକ ଡକାଯାଇ ସାରିଥିବାବେଳେ ଏହାକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରିଛନ୍ତି। ପୁଲିସକୁ ଅସ୍ତ୍ର କରି ମନ୍ତ୍ରୀ ଏଭଳି ହୀନ ଉଦ୍ୟମ କରିଛନ୍ତି I ମନ୍ତ୍ରୀଙ୍କ ଚାପରେ ପୁଲିସ ଆଇନଶୃଙ୍ଖଳା ଦ୍ବାହି ଦେଇ ବୈଠକକୁ ବନ୍ଦ କରାଇଛି। ଯାହା ପୁଲିସର ସ୍ବେଚ୍ଛାଚାରିତାକୁ ପ୍ରମାଣିତ କରୁଛି।
ଗତକାଲି ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ୧୦ଟାରେ ଡକାଯାଇଥିବାବେଳେ ସ୍ଥାନୀୟ ପୁଲିସ ପ୍ରଶାସନକୁ ମଧ୍ଯ ସୂଚନା ଦିଆଯାଇଥିଲା । ଯେଉଁ ପୁଲିସ ପ୍ରଶାସନ ସୁରକ୍ଷା ଦେବା କଥା, ସେହି ପୁଲିସ ପ୍ରଶାସନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବୈଠକ ନ କରାଇ ଦେବାକୁ ବାଧ୍ୟ କରିଥିଲେ । ଲକ୍ଥାନା ଅଧିକାରୀ ଆରମ୍ଭହେବାକୁ ଥିବା ବୈଠକର ଅଧ ଘଣ୍ଟା ପୂର୍ବରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ବୈଠକକୁ ସ୍ଥଗିତ ରଖୁବା ପାଇଁ ନିର୍ଦ୍ଦେଶ ଦେଇଥିଲା ।ସେଠାରେ କୌଣସି ଖାଦ୍ୟ ପ୍ରସ୍ତୁତ ହୋଇପାରିବନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଥିଲା । ଫଳରେ ୭୦୦ ଗାଡ଼ି ମାଲିକ ସଂଘଠାରୁ ୧୦ କିମି ଦୂରରେ ଯାଇ ଖାଦ୍ୟ ପ୍ରସ୍ତୁତ କରି ସେବନ କରିଥିଲେ କାହା ଚାପରେ ଏଭଳି କରାଗଲା ତାକୁ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନ୍ତ୍ରୀ ଏଭଳି ହୀନ କାର୍ଯ୍ୟରୁ ଦୂରେଇ ରହି ସଙ୍ଘକୁ ଆଗକୁ ବଢିବାକୁ ସହଯୋଗ କଲେ ହୁଏତ ସଙ୍ଘ ସୁରୁଖୁରୁରେ ଚାଲିପାରିବ । ଏ ସମ୍ପର୍କରେ ପୁଲିସକୁ ପଚାରିଲେ ସେ ଅସହାୟତା ପ୍ରକାଶ କରିଛନ୍ତି ଓ ମନ୍ତ୍ରୀଙ୍କ ପାଖରୁ ପ୍ରବଳ ଚାପ ପଡୁଥିବା ଓ ବାରମ୍ବାର ଫୋନ ଆସିବା ନେଇ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀପଟ୍ଟନାୟକ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ସଂଘରେ ବିଶୃଙ୍ଖଳା ସୃଷ୍ଟି ହେବା ସମ୍ପର୍କରେ ପୂର୍ବରୁ ଏକ ମାମଲା ସିଭିଲ କୋର୍ଟ, ଫାଷ୍ଟ କ୍ଲାସ ବିଚାରପତିଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଥିଲା । କୋର୍ଟ ସଂଘର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କୋର୍ଟ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ବାଇଁ । ମନ୍ତ୍ରୀଙ୍କ ସମର୍ଥକ କହୁଥିବା ଜଣେ ଅସାମାଜିକ ବ୍ୟକ୍ତିଙ୍କ ପ୍ରରୋଚନାରେ ସଂଘକୁ ବିଭାଜିତ କରି ନିଜର ସ୍ବାର୍ଥ ହାସଲ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ସମ୍ପଦ ଚନ୍ଦ୍ର ସ୍ବାଇଁ ପାରାଦୀପ ବିଧାୟକ ହେବା ପରେ ବିଭିନ୍ନ ଶ୍ରମିକ ସଂଘ, ଟ୍ରକ ମାଲିକ ସଙ୍ଘ ଓ ବଣିକ ସଙ୍ଘକୁ ନିଜ ଅକ୍ତିଆରକୁ ନେବାକୁ ଚକ୍ରାନ୍ତ କରୁଛନ୍ତି । ପୁଲିସକୁ ଅସ୍ତ୍ର କରି ନାଲି ଆଖି ଦେଖାଇ ସମସ୍ତଙ୍କୁ ଦମନ କରିବାକୁ ଉଦ୍ୟମ ଚଳାଇଛନ୍ତି ।ମନ୍ତ୍ରୀ ଏହାକୁ ଏକ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରୁଛନ୍ତି ବୋଲି ସଂଘ ତରଫରୁ ସୂଚନା ମିଳିଛି।
1