ଏରସମା, 02/07/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୋଖରିଆପଡାରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ କ୍ରୀଡା ଶିକ୍ଷକ ଧିରେନ୍ଦ୍ର କୁମାର ରାଉତଙ୍କୁ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଅନିଲ କୁମାର ଜେନା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୁଖ୍ୟବକ୍ତା ଏରସମା ବିଡିଓ ଦାଶରଥି ଜେନା ସମ୍ମାନିତ ଅତିଥି ଜଗତସିଂହପୁର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜୟନ୍ତ କୁମାର ରାୟ,ଏରସମା ମଣ୍ଡଳ ଶିକ୍ଷାଧିକାରୀ ବିଶ୍ଵମ୍ବର ମଲ୍ଲିକ , ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,ଏକ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ କୁମାର ସ୍ୱାଇଁ, ପୋଖରିଆପଡା ପଞ୍ଚାୟତ ସରପଞ୍ଚ ଗଦାଧର ମଲ୍ଲିକ,ସମିତି ସଭ୍ୟା , ସ୍ୱର୍ଣ୍ଣଲତା ସେନାପତି, ଶାରୀରିକ ଶିକ୍ଷା ବିଭାଗର ରାଜ୍ୟ ସଂପାଦକ ଶିବ ପ୍ରସାଦ ବଳ,ବାଲିଆକଣି କ୍ଲଷ୍ଟରର ସିଆରସିସି ନିବେଦିତା ଜେନା ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୋଖରିଆପଡାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ,ଶ୍ରୀଯୁକ୍ତ ରାଉତଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।