ଏରସମା, 14/01/2025, ଉତ୍କଳ voice news - utkalvoicenews.comଏରସମା, ୧୩।୧ (ନି.ପ୍ର) : ଏରସମା ସତସଙ୍ଗ ବିହାର ର ବଜ୍ୟେଷ୍ଠ ସହପ୍ରତିରିତିକ୍ ନିତ୍ୟାନନ୍ଦ ସ୍ୱାଇଁ ଙ୍କର ୭୫ ବର୍ଷ ବୟସରେ ଦୀର୍ଘଦିନର ଅସୁସ୍ଥତା ପରେ ଓରନାଳ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ।

ଏରସମା ସତସଙ୍ଗ ବିହାର ର ଜଣେ ବରିଷ୍ଠ ଋତିକ ହିସାବରେ ସମଗ୍ର ଏରସମା, ତିର୍ତ୍ତୋଲ ଓ ଆଖପାଖ ଅଞ୍ଚଳରେ ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ରଙ୍କ ଦିବ୍ୟ ଜୀବନୀ ଓ ବାଣୀର ପ୍ରସାର ଦିଗରେ ସେ ପ୍ରମୁଖ ଭୂମିକା କରିଥିଲେ ।
ଜଣେ ପ୍ରବୀଣ ଶିକ୍ଷାବିତ୍ ହିସାବରେ ମଧ୍ୟ ସେ ଏରସମା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରି ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ବେଶ୍ ପରିଚିତ ଥିଲେ ।
ତାଙ୍କର ମରଶରୀର କୁ ଏକ ବିଶାଳ ପଟୁଆର ଶୋଭାଯାତ୍ରାରେ ନେଇ ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ନରେନ୍ଦ୍ର ପ୍ରସାଦ ସ୍ୱାଇଁ ମୂଖାଗ୍ନି ଦେଇଥିଲେ । ଏକ ଶୋକାକୁଳ ପରିବେଶରେ ଶ୍ରୀ ସ୍ୱାଇଁଙ୍କ ର ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରୀ ଶ୍ରୀ ଠାକୁର୍ ଙ୍କ ଅନୁଗାମୀ ଓ ଭକ୍ତ ମାନେ ଉପସ୍ଥିତ ରହିଥିଲେ । ଶ୍ରୀ ସ୍ୱାଇଁ ଙ୍କ ବିୟୋଗରେ ସତସଙ୍ଗ ର ସହପ୍ରତିରିତିକ୍ ନିରଞ୍ଜନ ପ୍ରଧାନ, ସୌଭାଗ୍ୟ କୁମାର ସ୍ୱାଇଁ, ରବୀନ୍ଦ୍ର ନାଥ ସ୍ୱାଇଁ, ମହେଶ୍ୱର ସ୍ୱାଇଁ, ରମାକାନ୍ତ ଦାସ, ଶଶୀଭୂଷଣ ସ୍ବାଇଁ, ଆଇନଜୀବୀ ଡଃ ବୀର ନାରାୟଣ ପାତ୍ର, ଗୌରାଙ୍ଗ ଚରଣ ସ୍ୱାଇଁ, ସଚ୍ଚିଦାନନ୍ଦ ଲେଙ୍କା, ଯାଜକ୍ କାର୍ତ୍ତିକ ଚନ୍ଦ୍ର ବେହେରା, ସମୀର ଦାଶ ପ୍ରମୁଖ ଶୋକ ପ୍ରକାଶ କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।