ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୋଗୀ ମହାପୁରୁଷ ସଂସ୍କୃତ ବିଦ୍ୟାଳୟ ର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ଏରସମା, 02/07/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
Article Image
ଦୀର୍ଘ ୫୦ ବର୍ଷ ର ଏହି ଯୋଗୀ ମହାପୁରୁଷ ସଂସ୍କୃତ ବିଦ୍ୟାଳୟଟି ସବୁଦିନ ପାଇଁ ଆଜିର ଦିନରେ ବନ୍ଦ ହୋଇଯାଇଛି।ସମସ୍ତ ଶିକ୍ଷକ ଅବସର ନେଇଛନ୍ତି।ସରକାର୍ ଦୀର୍ଘ ୫୦ ବର୍ଷର ଏହି ସଂସ୍କୃତ ବିଦ୍ୟାଳୟ ପାଇଁ କୌଣସି ନୂତନ ଶିକ୍ଷକ ନିଯୁକ୍ତି ନ ଦେବାରୁ ଏହି ବିଦ୍ୟାଳୟଟି ଆଜିର ଦିନରେ ସବୁଦିନ ପାଇଁ ପୂର୍ଣ୍ଣ ଛେଦ ପଡ଼ିଯାଇଛି।ବିଦ୍ୟାଳୟଟି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ପଂଚାୟତରେ ଅନୁଷ୍ଠିତ।ଉକ୍ତ ବିଦ୍ୟାଳୟ ର ଭାରାପ୍ରାପ୍ତ ଶିକ୍ଷୟତ୍ରି ଶ୍ରୀମତୀ ସବିତା ବେହେରାଙ୍କ ତତ୍ତ୍ଵବଧାନରେ ଆଜି ଯୋଗୀ ମହାପୁରୁଷ ସଂସ୍କୃତ ବିଦ୍ୟାଳୟ ର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବ ରେ ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହିତ ବର୍ତ୍ତମାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତି ରହିଥିଲେ।ଓଡ଼ିଶାର ଗାୟକ ଶେଖର ଜଗନ୍ନାଥ୍ ବେହେରା ଉପସ୍ଥିତି ରହି ସର୍ବପ୍ରଥମେ ମହାପ୍ରଭୂ ଜଗନ୍ନାଥଙ୍କ ଫଟୋ ରେ ପୁଷ୍ପମଲ୍ୟା ଅର୍ପଣ କରିଥିଲେ ।ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା ବେହେରା ନିଜ ହାତରୁ ଖର୍ଚ୍ଚ କରି ଦୁଇଟି ବିଷୟ ଯଥା ଗଣିତ ଓ ବିଜ୍ଞାନ କୁ ଦୀର୍ଘ ପନ୍ଦର ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପଢ଼ାଇ ଆସିଥିଲେ। ସରକାର୍ ଏହି ବିଦ୍ୟାଳୟ ପାଇଁ କୌଣସି ପଦକ୍ଷେପ ଯେମିତି କି ଶିକ୍ଷକ ନିଯୁକ୍ତି ନ ଦେବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା ବେହେରା ଛାତ୍ର ଛାତ୍ରୀ ମାନଙ୍କୁ TC ଦେବା ସହିତ ନିଜେ ମଧ୍ୟ ଅବସର ନେଇଛନ୍ତି।୫୦ ବର୍ଷ ର ଏହି ବିଦ୍ୟାଳୟଟି ସରକାର୍ ଦୃଷ୍ଟି ନ ଦେଇ ସବୁଦିନ ପାଇଁ ବନ୍ଦ ହୋଇଯିବାରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଦୁଃଖ ପ୍ରକାଶ କରଛନ୍ତି।
Article Image
Article Image
Article Image
1