ପାରାଦ୍ୱୀପ , 03/07/2025, ଉତ୍କଳ voice news - utkalvoicenews.com(ମନୋଜ କୁମାର ଜେନା ଙ୍କ ରିପୋର୍ଟ) :
**୩ ବର୍ଷ ଧରି ପାରାଦ୍ଵୀପ ବେଳାଭୂମି ସଫା କରି ସଚେତନତା ପ୍ରସାର କରୁଛନ୍ତି ଏକ ସାଧାରଣ କର୍ମଚାରୀ**
ପ୍ଲାଷ୍ଟିକ ପ୍ରଦୂଷଣ ବର୍ତ୍ତମାନ ଗୋଟିଏ ଗମ୍ଭୀର ସମସ୍ୟା। ଏହି ପ୍ରଦୂଷଣ ରୋକିବା ପାଇଁ ଯେଉଁଠି ଅନେକ ପ୍ରଚେଷ୍ଟା ହେଉଛି, ସେଠି ପାରାଦ୍ଵୀପ ମହାବିଦ୍ୟାଳୟର ଏକ ସାଧାରଣ କର୍ମଚାରୀ ବାପି ଗୋଛାୟତ ତାଙ୍କ ନିଜସ୍ୱ ଉଦ୍ୟମରେ ଏହି ଲଢ଼େଇ ଆଗକୁ ବଢ଼ାଇ ନେଉଛନ୍ତି।
ଗତ ୩ ବର୍ଷ ଧରି ସେ ପ୍ରତିଦିନ ବିନା କୌଣସି ଦ୍ଵିଧାରେ ବେଳାଭୂମିକୁ ସଫା କରୁଛନ୍ତି। ସେ କେବଳ ସଫା କରିବାରେ ଥମି ଯାନ୍ତି ନାହିଁ ବରଂ ପ୍ରତ୍ୟେକ **ଶନିବାର ଓ ରବିବାର**, ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କୁ ପ୍ଲାକାର୍ଡ ଦେଖାଇ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା, ପୁନଃବ୍ୟବହାର ଓ ପୁନଃଚକ୍ରଣ ସମ୍ପର୍କରେ ସଚେତନ କରୁଛନ୍ତି।
ପାରାଦ୍ଵୀପର ପ୍ରସିଦ୍ଧ **ବାଲିଯାତ୍ରା ଓ ବିଶ୍ୱକର୍ମା ପୂଜା** ଅବସରରେ ସେ ଲୋକମାନଙ୍କ ମଧ୍ୟରେ ଶୁଣିବା ଓ ବୁଝିବା ଭାବରେ ପ୍ଲାଷ୍ଟିକ ପ୍ରଦୂଷଣ ବିଷୟରେ ସଚେତନତା ପ୍ରସାର କରିଛନ୍ତି।
ଆଜି ପର୍ଯ୍ୟନ୍ତ, ବାପି ୩୦୦ ଠାରୁ ଅଧିକଥର ବେଳାଭୂମି ସଫା କରିଛନ୍ତି ଓ ସଂଗୃହୀତ ପ୍ଲାଷ୍ଟିକ ଓ ଅନ୍ୟ ଅବଶିଷ୍ଟ ବସ୍ତୁଗୁଡିକୁ ପୁନଃଚକ୍ରଣ ପାଇଁ ପାରାଦ୍ଵୀପ ପୌରପାଳିକାକୁ ହସ୍ତାନ୍ତର କରିଛନ୍ତି।
ସେ କେବଳ ବେଳାଭୂମି ନୁହେଁ, ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ କୁ ଯାଇ ପିଲାମାନଙ୍କୁ ମଧ୍ୟ ପ୍ଲାଷ୍ଟିକ ର ହାନି ବିଷୟରେ ଜଣେଇ ସଚେତନତା କରନ୍ତି l
ବାପିଙ୍କ ଏହି ପ୍ରଚେଷ୍ଟା, ଉଦ୍ୟମ ଓ ସକାରାତ୍ମକ ଚିନ୍ତାଧାରା ସମସ୍ତ ଜନସାଧାରଣ ଙ୍କୁ ଦିଗଦର୍ଶନ ଦେଉଛି ଯେ, ସେବା ଓ ଦୃଢ଼ ସଙ୍କଳ୍ପ ଥିଲେ ଏକ ସାଧାରଣ ବ୍ୟକ୍ତି ମଧ୍ୟ ସମାଜରେ ଏକ ବଡ଼ ପରିବର୍ତ୍ତନ ଆଣିପାରନ୍ତି।
ଆଜିର ଏହି ବିଶ୍ୱ ପ୍ଲାଷ୍ଟିକ ବର୍ଜନ ଦିବସ ଉପଲକ୍ଷେ ଆମ ପ୍ରତିନିଧି ମନୋଜ ଜେନା ଭେଟିଥିଲେ ରାହାମା ଅଞ୍ଚଳର ଜଣେ ଆଇନଜୀବୀ, ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡ଼ ସୁନାକାର ବେହେରା ମହୋଦୟ ଙ୍କୁ ଯିଏ କି ଅନେକ ଥର ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ଏବଂ ଏହାର ପୁନଃଉଧାର ଓ ପୁନଃ ଚକ୍ରଣ ସମ୍ପର୍କରେ ବିଗତ ଦିନରେ ଅନୁଷ୍ଠାନିକ ଭାବରେ ସଚେତନ କରିଆସୁଛନ୍ତି