ଏରସମା, 14/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଭିତର ଅନ୍ଧାରି ପଞ୍ଚାୟତ ରସକଡାପୁର ସ୍ଥିତ,ବିଶରକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଓ ରୌପ୍ୟ ଜୟନ୍ତି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ପୁଷ୍ୟାଭିଷେକ ଅବସରରେ ମଙ୍ଗଳ ଆଳତି,ପ୍ରଭୁ ଜଗନ୍ନାଥଙ୍କ ଅଭିଷେକ ବେଶ, ଗୀତାଯଜ୍ଞ ଓ ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥ ମାନଙ୍କର ଆଗମନ ହୋଇଥିଲା।
ଏହି ଉପଲକ୍ଷେ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସାଂସଦ ଡ଼ା, କୁଳମଣି ସାମଲ, ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପଦ୍ମଶ୍ରୀ ବାବା ବଳିଆଙ୍କ ଅନୁଗାମୀ ଡ. ଅରୁଣ କୁମାର ପାଣି, ବାବା ଶ୍ରୃତିସାଗର ମହାରାଜ, ସମାଜସେବୀ ବିଜୟାଲକ୍ଷ୍ମୀ ମହାପାତ୍ର, ସାହିତ୍ୟିକ ହ୍ରୃଷିକେଶ ଜେନା, ରାଜ୍ୟ ବିଜେଡ଼ି ସମ୍ପାଦକ ଦିପ୍ତିରଞ୍ଜନ କୁଅଁର ଓ ସମବାୟ ବିତ୍ ସମୀର ରଞ୍ଜନ ସ୍ଵାଇଁ ପ୍ରମୁଖ ଯୋଗଦେଇ ୨୫ ବର୍ଷତଳେ ପ୍ରତିଷ୍ଠା କରାଯାଇଥିବା ବିଷର କ୍ଷେତ୍ର ଜଗନ୍ନାଥ ମନ୍ଦିରର ସମସ୍ତ ଜଗନ୍ନାଥ ପ୍ରେମୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବାବା ରାମ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିବା ବେଳେ,ଶିକ୍ଷାବିତ ବିନୋଦ କୁମାର ମୁଦୁଲି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ରୌପ୍ୟଜୟନ୍ତି ମୁଖପତ୍ର "ଶ୍ରୀ ଜଗନ୍ନାଥ" ଉନ୍ମୋଚନ କରାଯାଇଥିବା ବେଳେ ବିଧାୟକ
ସାରଦା ପ୍ରସନ୍ନ ଜେନାଙ୍କୁ " ମାଟିର ଗୌରବ " ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଗ୍ରାମ ବାସୀମାନେ ପରିଚାଳନା କରିଥିଲେ।