ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତହସିଲ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ।

ଏରସମା, 04/07/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ଯାଉଥିବାବେଳେ ରାସ୍ତା କଡ଼କୁ ଗ୍ରାମବାସୀଙ୍କ ଦଖଲରେ ଥିବା ଏକ ପ୍ଲଟକୁ ସିଙ୍ଗିପୁର ଗ୍ରାମର ଜଣେ ବ୍ୟକ୍ତି ଜବର ଦଖଲ କରି କୋଠା ଘର ତିଆରି କରିଛନ୍ତି। ଏହି ୫୫ ନଂ ଜାତୀୟ ରାଜପଥଟି ଵଳେଇପୁର ଗ୍ରାମ ଛକ ଦେଇ ଯାଇଅଛି।।ଏହାକୁ ଗ୍ରାମବାସୀମାନେ ବିରୋଧ କରି ଏରସମା ତହସିଲ ସମ୍ମୁଖରେ ଆଜି ପୂର୍ବାହ୍ନରେ ଧାରଣାରେ ବସିଥିଲେ। ପୂର୍ବରୁ ଏ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ ନ୍ୟାୟଳୟରେ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଅଛି, ଯାହାକି ବର୍ତ୍ତମାନ ବିଚାରାଧୀନ ରହିଅଛି। ତେବେ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ ଉକ୍ତ ଜମି ଦେଇ ଚାଷ ଜମିକୁ ଯାତାୟାତ କରିବା ସହଜ ହେଉଥିଲା ବେଳେ,ବର୍ତ୍ତମାନ ସେହି ଜାଗା ଜବର ଦଖଲରେ ରହିବାରୁ ସାଧାରଣ ଜନତା ଯାତାୟାତରେ ଘୋର ଅସୁବିଧା ହେଉଛି।ଏ ସମ୍ପର୍କରେ ଏରସମା ତହସିଲଦାର ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଆଜି ଦୀର୍ଘ ସମୟ ତହସିଲ୍ ସମ୍ମୁଖରେ ଧାରଣାରେ ବସିଥିଲେ।ତେବେ ୭ ଦିନ ମଧ୍ୟରେ ଏହାର ନିରପେକ୍ଷ ତଦନ୍ତ କରି ଏହାର ପ୍ରତିକାର କରାଯିବ ବୋଲି,ତହସିଲଦାର ସ୍ନୀଗ୍ଧା ଶ୍ରଦ୍ଧାଞ୍ଜଳୀ ବେହେରା ପ୍ରତିଶ୍ରୁତି ଦେବାପରେ ଗ୍ରାମ ବାସୀ ମାନେ ଧାରଣାରୁ ଉଠିଛନ୍ତି।
Article Image
Article Image
10