ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ମୃତ ଘୋଷଣା।

ଏରସମା, 04/07/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଧିନ କ୍ରୁଷ୍ଣଚନ୍ଦ୍ରପୁର ପଞ୍ଚାୟତ ଅଟିମଟି ଗାଁର ୮୮ବର୍ଷୀୟା ରଙ୍ଗଲତା ନାୟକଙ୍କୁ ୨ବର୍ଷ ହେବ ତାଙ୍କୁ ରାସନ ସାମଗ୍ରୀରୁ ବଞ୍ଚିତ ରଖାଯାଇଛି।ତେବେ ରଙ୍ଗଲାତ ଏକାକି ମଣିଷ ହୋଇଥିବା ବେଳେ ସ୍ଵାମୀ ମୃତ୍ୟୁ ବରଣ କରିବା ପରେ ଏକୁଟିଆ ହୋଇ ଯାଇଛନ୍ତି।ମାତ୍ର ତାଙ୍କର ଜମିବାଡି କିଛି ନାହିଁ ସେ ରାସନ ସାମଗ୍ରୀ ଉପରେ ନିର୍ଭର କରୁଥିଲେ।ତେବେ ୨୦୨୩ମସିହାରୁ ତାଙ୍କର ରାସନ ସାମଗ୍ରି ବନ୍ଦ ହୋଇ ଯାଇଛି।ବୟସ ଅଧିକ ହେବାରୁ ତାଙ୍କ ରାସନ କାର୍ଡ କେଉଁ କାରଣ ପାଇଁ କଟି ଯାଇଛି ବୋଲି ସ୍ଥାନୀୟ ବ୍ଲକକୁ ସେ ବୁଝି ପାରନ୍ତି ନାହିଁ।ବର୍ତମାନ ଜଣାପଡିଛି ତାଙ୍କୁ ମୃତ ଘୋଷଣା କରି ରାସନ ସାମଗ୍ରୀ ବନ୍ଦ କରାଯାଇଛି।ଏଥିସହିତ ଏହାର ତୁରନ୍ତ ସମାଧାନ କରାଯାଇ ରଙ୍ଗଲତାଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ସହିତ ନ୍ୟାୟ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।
Article Image
1