ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର, କବି ସମ୍ମିଳନୀ ଓ ମାଗଣା ଚାରା ବଣ୍ଟନ

ତାଳଦଣ୍ଡା, 04/07/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳଦଣ୍ଡା ମାଉସୀ ମା" ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର, କବି ସମ୍ମିଳନୀ ଓ ମାଗଣା ଚାରା ବଣ୍ଟନ ଏହି ତିନୋଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୁପେ ପାରାଦୀପ ବିଧାୟକ ତଥା ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ବିଜେପି ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର,ବରେଣ୍ୟ ଅତିଥି ମନୁ ଭାଇ ଶିଶୁ ଅନନ୍ତ ଆଶ୍ରମ, ବ୍ରହ୍ମ ଜଗନ୍ନାଥ ମିଶନ ଟ୍ରଷ୍ଟ ମୁଖ୍ୟ କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ଜିଲ୍ଲାରୁ କବିମାନେ ଆସି କବିତା ପାଠ କରିଥିଲେ। ସେହିପରି ଚକ୍ଷୁ ଚିକିତ୍ସା ଶିବିରକୁ ବ୍ରହ୍ମ ଜଗନ୍ନାଥ ମିଶନ ଓ ତ୍ରିଲୋଚନ ନେତ୍ର ମହିଳର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥୀବା ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ୧୦୦ ଜଣ ଲୋକମାନେ ଚକ୍ଷୁ ପରୀକ୍ଷା କରିଥିଲେ। ପରିବେଶର ସୁରକ୍ଷା ନିମନ୍ତେ ବନ ମହୋତ୍ସବ ସପ୍ତା ପାଳନ ଅବସରରେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଚାରାଗଛ ମାଗଣା ବଣ୍ଟନ କରାଯାଇଥିଲା।
Article Image
1