ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୌଡବୋରଦା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳିତ

ବୁଗୁଡ଼ା, 04/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୌଡିଆବରଦା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ସହିତ ପଞ୍ଚାୟତର ବିଭିନ୍ନ ବିଦ୍ୟାଳରେ ବୁଗୁଡ଼ା ବନ ବିଭାଗର ପକ୍ଷରୁ ବନ ମହୋତ୍ସବ ପାଳନ ହୋଇଯାଇଅଛି । ଏହି ଅବସରରେ ଏକ ବୈଠକ ଆୟୋଜନ କରାଯାଇ ବୃକ୍ଷରୋପଣ କରିବା ଓ ଏହାର ଉପକାରିତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଅତିଥି। ଗୌଡିଆବରଦା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ପ୍ରକାଶ ମହାରଥା ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉତ୍କଳ ଛାତ୍ର ସଂଘ ଗଞ୍ଜାମ ଜିଲ୍ଲା ସଭାପତି ରାକେଶ ଜେନା, ବାଲିପଦର ବନପାଳ ସୁକାନ୍ତ କୁମାର ପଟ୍ଟନାୟକ , ଉନ୍ନତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରଘୁନାଥ କୁମାର ପାତ୍ର ସମେତ ବହୁ ଛାତ୍ର ଛାତ୍ରୀ ଏବଂ ଅଞ୍ଚଳବାସୀ ଯୋଗଦେବା ସହ ବୃକ୍ଷ ରୋପଣ କରିଥିଲେ।
1