ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ୮ମ ସଂଧ୍ୟା

ଢେଙ୍କାନାଳ, 04/07/2025, ଉତ୍କଳ voice news - utkalvoicenews.com
Article Image
ସ୍ଥାନୀୟ ବାଜିଚୌକ ଠାରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ୮ମ ସଂଧ୍ୟା ଉଦ୍‌ଘାଟିତ ହୋଇଯାଇଅଛି । ୮ମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମହେଶ ସାହୁ ଉପସ୍ଥିତ ରହି କହିଥିଲେ ଯେ, ଏହି ଭଜନ ସମାରୋହ ଏକ ଭାଇଚାର ଭିତରେ ଚାଲି ଆସୁଛି ଏବଂ ଏହା ଆଗକୁ ଆଗକୁ ଚାଲୁଥାଉ । ସମ୍ମାନିତ ଅତିଥି ଭାବେ ଡେପୁଟି ଜିଲ୍ଲାପାଳ ସୌଦାମିନୀ ସାହୁ ଉପସ୍ଥିତ ରହି କହିଥିଲେ ଯେ, ମୁଁ ଆଗରୁ ଶ୍ରୋତ ହିସାବରେ ଆସି ଭଜନ ଶୁଣୁ ଥିଲି , ମୋର ସୌଭାଗ୍ୟ ଆଜି ମୋତ ମଂଚକୁ ଡାକି ସମ୍ମାନିତ କରିଛନ୍ତି, ସେଥ‌ିପାଇଁ କମିଟିକୁ ଧନ୍ୟବାଦ ଜଣାଇଅଛି । ନାଟ୍ୟ ନିର୍ଦ୍ଦେଶକ ଶତୃଘନ ମାଟି ପ୍ରମୁଖ ଉପସ୍ଥିତ ରହି ଭଜନ ସମାରୋହକୁ ଉଦ୍‌ଘାଟନ କରିଥିଲେ । ଭୁବନେଶ୍ବରର ମହାବାହୁ ଭଜନ ସଂଧ୍ୟା ତରଫରୁ ସଙ୍ଗୀତ ନିର୍ଦ୍ଦେଶକ ସୌଭାଗ୍ୟ ମିଶ୍ର, କୁମାର ଦୀପୁନି, ନମ୍ରତା ରାଉତ, ତୃପ୍ତିମୟୀ ଦାସ ପ୍ରମୁଖ କଣ୍ଠଶିଳ୍ପୀଙ୍କ ସୁମଧୁର ଭଜନରେ ଭକ୍ତମାନେ ବିଭୋର ହୋଇଥିଲେ । ବାଦ୍ୟରେ ତ୍ରିନାଥ କୁମାର, ନୃସିଂହ ମହାରଣା, ସମ୍ବିତ, ଜମ୍ବେଶ୍ଵର, କୃଷ୍ଣଚନ୍ଦ୍ର ସହଯୋଗ କରିଥିଲେ । ଭଜନ କାର୍ଯ୍ୟକ୍ରମକୁ ପରମେଶ୍ଵର ବେହେରା ପରିଚାଳନା କରିଥିଲେ । କମିଟିର ସଭାପତି ରୁଦ୍ରାନ୍ତ ବଳେଇ, ସ୍ୱରୂପା ନନ୍ଦ ଦାସ, ଜଳି ଭାଇ, ସଂଗ୍ରାମ କେଶରୀ ପାଣି, ଉପଦେଷ୍ଟା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅବନୀ ମିଶ୍ର ସଭା ମଂଚକୁ ସଂଚାଳନ କରିଥିବାବେଳେ ସଂପାଦକ ସାଗୀର ମହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ
Article Image
Article Image
Article Image
1