ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏକି ଅବିଚାର କଲ ସରକାର, ରଥଯାତ୍ରା ଦୁର୍ଘଟଣା ରେ ଆହତ ମାନଂକୁ ଆର୍ଥିକ ସହାୟତା ପାଇଁ ଦାଵୀ |

ଜଗତସିଂହପୁର, 04/07/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକ ଙ୍କ ରିପୋର୍ଟ) :
Article Image
ରଥଯାତ୍ରା ସମୟରେ ଘଟିଥିବା ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ପଚିଶିଲକ୍ଷ୍ ଟଙ୍କା ଦେବା ପାଇଁ ସରକାର ଘୋଷଣା କରିଛନ୍ତି |ହେଲେ ଦୁର୍ଘଟଣା ରେ ସାଙ୍ଘାତିକ ଆହତ ହୋଇ, ମୃତ୍ୟୁ ସହିତ ସଂଗ୍ରାମ କରି ବିଭିନ୍ନ ବେସରକାରୀ ଚିକିତ୍ସାଳୟରେ ଚିକିସ୍ଚିତ ହେଉଥିବା ଲୋକଙ୍କ କଥା ସରକାର ବିଚାରକୁ ନେଇନାଁହାନ୍ତି |ଏହା ନିଶ୍ଚିତ ଭାବରେ ଚିନ୍ତାଜନକ |ଆହତ ବ୍ୟକ୍ତିମାନେ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଳ ୟ ରେ ପ୍ରାଥମିକ ଚିକିତ୍ସା ହୋଇ, ରେଫର ହୋଇ ବିଭିନ୍ନ ବେସରକାରୀ ଡାକ୍ତରଖାନା ରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି |ସରକାରଙ୍କ ପାଖରେ ତାହାର ତଥ୍ୟ ଅଛି |ସରକାର ଚାହିଁଲେ ସେମାଙ୍କୁ ଚିହ୍ନଟ କରି ଆର୍ଥିକ ସହାୟତା ଦେଇ ପାରିବେ |ସେମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଇଫିକୋ କଲୋନୀ ର ପ୍ରତିମା ଜେନା ଅଛନ୍ତି |
Article Image
ପ୍ରତିମା ଦଳାଚକଟା ରେ ଆହତ ହୋଇ ବେହୋସ ହୋଇ ତଳେ ପଡ଼ିଥିଲେ, ତାଂକ ଛାତିରେ ଏକାଧିକ ପିଞ୍ଜରା ହାଡ ଭାଙ୍ଗି ଯାଇଛି |ତାଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନା ରେ ପ୍ରାଥମିକ ଚିକତ୍ସା କରାଯାଇ, ଉନ୍ନତ ଚିକତ୍ସାପାଇଁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କୁ ରେଫର କରାଗଲା |ପ୍ରତିମାଙ୍କ ପରି ଶହ ଶହ ଆହତ ବ୍ୟକ୍ତି ବିଭିନ୍ନ ବେସରକାରୀ ଡାକ୍ତରଖାନରେ,ପଡିଛନ୍ତି ଓ ଖର୍ଚ୍ଚାନ୍ତ ହେଉଛନ୍ତି |ସରକାର ସେମାନ ଙ୍କୁ ଆର୍ଥିକ ସହାୟତା ଦେବାପାଇଁ ଆଖିବୁଜି ଦେଇଛନ୍ତି |ଏହା ନିଶ୍ଚିନ୍ତ ଭାବରେ ସରକାରଙ୍କର ଅବିଚାର |ଆହତ ମାନଂକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ତରଫରୁ ଡକ୍ଟର ଧୃତିଧର ଦାସ, ଡକ୍ଟର ଅରୁଣ ପାଣି, ଆଡ଼ଭୋକେଟ ସଚ୍ଚିଦାନନ୍ଦ ନାୟକ, ଆଡ଼ଭୋକେଟ, ସୁଶାନ୍ତ କୁମାର ବିହାରୀ, ସାମ୍ବାଦିକ ଜ୍ୟୋତି ରଞ୍ଜନ ପରିଡା, ତପନ କୁମାର ରାଉତରାୟ, ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ନୃସିଂହ ବାରିକ, ଗୌରାଙ୍ଗ ଚରଣ ସ୍ୱାଇଁ, ଇ ମେଲ ଯୋଗେ ସରକାରଙ୍କୁ ନିବେଦନ କରିଛନ୍ତି |
Article Image
Article Image
1